ବାବା ବେଙ୍ଗା ଙ୍କର ୨୦୨୬ ପାଇଁ ଭବିଷ୍ୟବାଣୀ : ଏଲିଆନ୍ସ ଙ୍କ ସହିତ ଯୋଗାଯୋଗ , ପ୍ରାକୃତିକ ଦୁର୍ବିପାକ ହେବା ସହ ତୃତୀୟ ବିଶ୍ୱଯୁଦ୍ଧ ର ଆଶଙ୍କା
ବୁଲଗାରିଆ ର ବାବା ବେଙ୍ଗା ନିଜ ଭବିଷ୍ୟବାଣୀ କୁ ନେଇ ପ୍ରସିଦ୍ଧି ପ୍ରାପ୍ତ କରିଛନ୍ତି, ନେତ୍ରହୀନ ହୋଇ ମଧ୍ୟ ସେ ନିଜ ଭବିଷ୍ୟବାଣୀ ଦ୍ୱାରା ସାରା ବିଶ୍ୱକୁ ଚେତାଇ ଦେଇଛନ୍ତି, ୧୯୯୬ ରେ ବାବା ବେଙ୍ଗା ଙ୍କ ନିଧନ ହୋଇଯାଇଛି, ମୃତ୍ୟୁ ପରେ ମଧ୍ୟ ତାଙ୍କ ଭବିଷ୍ୟବାଣୀ ଲୋକଙ୍କୁ ଆକର୍ଷିତ କରୁଛି ଏବଂ ସର୍ବଦା ଚର୍ଚା ରେ ରହିଛି l
୨୦୨୬ କୁ ନେଇ ବାବା ବେଙ୍ଗା କିଛିଟା ଭବିଷ୍ୟବାଣୀ କରି ଯାଇଛନ୍ତି, ଯାହାକି ଚିନ୍ତାର କାରଣ ହୋଇଛି, ଏଥିରେ ସେ ଦର୍ଶାଇଛନ୍ତି ଯେ ଏଲିଆନ୍ସ ଙ୍କ ସହିତ ସମ୍ପର୍କ, ବିନାଶକାରୀ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିଶ୍ୱରେ ସଂଘର୍ଷ ସାମିଲ ରହିଛି, ଯାହାକି ଗମ୍ଭୀର ସଙ୍କଟ ର କାରଣ ହେବ l
କିଛି ଲୋକ ଏହି ଭବିଷ୍ୟବାଣୀ କୁ ଗୁରୁତ୍ୱ ଦେଉ ନଥିଲେ ମଧ୍ୟ କିଛିଟା ଭବିଷ୍ୟବାଣୀ ମଧ୍ୟ ସତ୍ୟ ହୋଇଛି l ଯାହାଉ ଅଣଦେଖା କରିହେବ ନାହିଁ l ୨୦୨୬ ରେ ଭୂମିକମ୍ପ , ଜ୍ୱାଳାମୁଖୀ ବିସ୍ଫୋଟ, ଜଳବାୟୁ ରେ ପରିବର୍ତ୍ତନ, ବନ୍ୟା ପରିସ୍ଥିତି ଦେଖାଦେବ l
ବାବା ବେଙ୍ଗା ଙ୍କ ଏହି ଭବିଷ୍ୟବାଣୀ ରେ ତୃତୀୟ ବିଶ୍ୱଯୁଧ ର ଆଶଙ୍କା ମଧ୍ୟ ଦର୍ଶା ଯାଇଛି, ବିଶେଷ ଭାବରେ ବଡ଼ ବଡ଼ ଦେଶ ପାଇଁ ସଂଘର୍ଷ ସ୍ଥିତି ଉତ୍ପନ୍ନ ହେବ, ଏଥିରେ ରୁଷ , ସଂଯକ୍ତ ରାଜ୍ୟ ଆମେରିକା ଭଳି ଦେଶ ସାମିଲ ରହିବେ, ଏଥିରେ ମଧ୍ୟ-ପୂର୍ବ, ଦକ୍ଷିଣ -ପୂର୍ବ ଏବଂ ଦକ୍ଷିଣ ଏସିଆ ରେ ମଧ୍ୟ ଉତେଜନା ସୃଷ୍ଟି ହେବ l
ବାବା ବେଙ୍ଗା ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୨୬ ରେ ମାନବ ଏଲିଆନ୍ସ ଙ୍କ ସହିତ ଯୋଗାଯୋଗ କରିବାରେ ସକ୍ଷମ ହେବ l କାହିଁକିନା ବାବା ବେଙ୍ଗା କହିଛନ୍ତି ପୃଥିବୀ ର ବାୟୁମଣ୍ଡଳ ରେ ଗୋଟିଏ ବିଶାଳ ଅନ୍ତରୀକ୍ଷ ଯାନ ପ୍ରବେଶ କରିବ l