Odisha news

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ବି.ଏସ୍.ୟେଦିୟୁରପ୍ପା ରାଜନୀତିରୁ ସନ୍ୟାସ ଘୋଷଣା କଲେ

0

ବେଙ୍ଗାଲୁରୁ ୨୪।୨: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ବି.ଏସ୍.ୟେଦିୟୁରପ୍ପା ସକ୍ରିୟ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି। ୮୦ ବର୍ଷ ବୟଷ୍କ ବିଜେପି ନେତା ଶୁକ୍ରବାର ରାଜ୍ୟ ବିଧାନସଭାରେ ତାଙ୍କ ଶେଷ ଭାଷଣରେ ରାଜନୈତିକ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ବିଦାୟୀ ଭାଷଣରେ ‘ମୁଁ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି, ତେବେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେପି ଲାଗି କାମ କରିବି ବୋଲି କହିଛନ୍ତି’।

ସେ କହିଛନ୍ତି ଯେ ବିଜେପିକୁ ପୁଣି କ୍ଷମତାକୁ ଆଣିବା ମୋର ଏକମାତ୍ର ଉଦ୍ଦେଶ୍ୟ ହେବ ଓ ମୋର ବିଶ୍ୱାସ ଏହାହିଁ ହେବ। ବିଜେପି ଲାଗି ବି.ଏସ୍.ୟେଦିୟୁରପ୍ପା ଜଣେ ଗୁରୁତ୍ୱପୂର୍ଣ୍ଣ ନେତା। ସେ ଲିଙ୍ଗାୟତ ସମୂଦାୟର ଜଣେ ପ୍ରଭାବଶାଳୀ ନେତା ଓ କର୍ଣ୍ଣାଟକ ମୋଟ ଜନସଂଖ୍ୟାର ଏହି ସମୂଦାୟ ୧୭ ପ୍ରତିଶତ। ବିଧାନସଭା ପଟଳରେ ନିଜର ଶେଷ ଭାଷଣ ରଖି ୟେଦିୟୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଓ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ରାଜ୍ୟରେ ମଧ୍ୟ ବିଜେପି ପୁଣି କ୍ଷମତାକୁ ଫେରିବ।ବିଜେପି କର୍ଣ୍ଣାଟକ ୟୁନିଟର ଲିଙ୍ଗାୟତ ଚେହେରା ୟେଦିୟୁରପ୍ପା ଦକ୍ଷିଣ ରାଜ୍ୟ ଇତିହାସରେ ଏପରି ଜଣେ ନେତାଯିଏ ୪ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଶୁକ୍ରବାର ଶେଷ ଥର ବିଧାନସଭାକୁ ସମ୍ବୋଧିତ କରିଛନ୍ତି। ସେ ତାଙ୍କ ସମ୍ବୋଧନରେ ସେବେର ଜନସଂଘ ଓ ଏବେର ବିଜେପି କାର୍ଯ୍ୟକର୍ତ୍ତା ଭାବେ ପ୍ରଥମ ଦିନରୁ ହିଁ ଲୋକଙ୍କ ସେବା କରିଆସୁଛି ଓ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ଜଡିତ ରହିବାକୁ ସର୍ବଦା ଉଦ୍ୟମ କରିଆସୁଛି। ମୁଁ ଦଳିତଙ୍କ ସମସ୍ୟାକୁ ସାମ୍ନାକୁ ଆଣିବାକୁ ଉଦ୍ୟମ କରିଛି।

ଏହି ଅବସରରେ ୟଦୁରପ୍ପା ଅଟଳ ବିହାରୀ ବାଜପେୟୀ ଓ ମୂରଲୀମନୋହର ଯୋଶୀଙ୍କ ସମେତ ବିଜେପି ଦିଗ୍ଗଜଙ୍କ ସହିତ କାମ କରିବାର ତାଙ୍କ ଅନୁଭବକୁ ମନେ ପକାଇଛନ୍ତି। ସେହିପରି ନିଜର ସାଥୀ ବିଧାୟକଙ୍କୁ କର୍ଣ୍ଣାଟକର ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇ ୟେଦୁରପ୍ପା ତାଙ୍କ ଭାଷଣ ସମାପ୍ତ କରିଛନ୍ତି।

Nalco
Leave A Reply