Odisha news

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ “ଆଜାଦୀ କେ ଅମୃତ ମହୋତ୍ସବ”

0

ଅଗଷ୍ଟ ମାସ ୧୫ ତାରିଖ ଦିନଟି ଭାରତ ଇତିହାସରେ ଗୋଟିଏ ଅବିସ୍ମରଣୀୟ ଦିନ ଅଟେ l ଏହିଦିନ ଭାରତ ମାତାର ବୀରପୁତ୍ର ମାନେ ଭାରତ ମାତା କୁ ଇଂଗ୍ରେଜ ଶାସନରୁ ବେଡି ମୁକ୍ତ କରିଥିଲେ lକେତେଯେ ବୀରପୁତ୍ର ନିଜ ମାତୃଭୂମି କୁ ସ୍ୱାଧୀନତାର ସ୍ୱାଦ ଦେବା ପାଇଁ ଇଂରେଜ ସରକାର ର ଯାତନାରେ ସହୀଦ ହୋଇଛନ୍ତି ତାହା ର କଳନା ନାହିଁ l ଦେଶ ସ୍ୱାଧୀନ ହେବାର ଆଜକୁ  ୭୫ ବର୍ଷ ହୋଇ ଯାଇଛି l ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି , ଯାହାର ନାମ ହେଉଛି “ଆଜାଦୀ କେ ଅମୃତ ମହୋତ୍ସବ” l

‘ଆଜାଦୀ କେ ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମଟି ଭାରତର ବର୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ୱାରା ୨୦୨୧ ମାର୍ଚ୍ଚ ୧୨ ତାରିଖରେ , ମହାତ୍ମା ଗାନ୍ଧୀ ଙ୍କ ଦାଣ୍ଡୀ ଯାତ୍ରା କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇଥିଲା l ଆଜାଦୀ କେ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଭାରତର ସ୍ୱତନ୍ତ୍ରତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସର ରେ ଆରମ୍ଭ ହୋଇଛି, ଯାହାକୁ ୭୫ ସପ୍ତାହ ପୂର୍ବରୁ ଆରମ୍ଭ କରାଯାଇଛି l କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ କୁ ୨୦୨୩ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢାଇବାର ନିଷ୍ପତି ନେଇଛନ୍ତି l

ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଉଛି ଭାରତ ମାତା ଇଂଗ୍ରେଜ ଶାସନରୁ ଗୋଲାମ ମୁକ୍ତ ହୋଇଥିଲା,  ଇଂରେଜ ଶାସନ କବଳରୁ ଭାରତ ମାତାକୁ ଗୋଲାମ ମୁକ୍ତ କରିଥିବା ସେହି ବୀରପୁତ୍ର ଙ୍କୁ ସ୍ମରଣ କରିବା, ଏହାଛଡା ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂରଣ କଲା l ଆଜାଦୀ କେ ଅମୃତ ମହୋତ୍ସବ ମାଧ୍ୟମରେ ଭାରତର ଜନତାଙ୍କୁ ସ୍ୱତନ୍ତ୍ରତା ଓ ଲୋକତନ୍ତ୍ରର ପ୍ରକୃତ ମୂଲ୍ୟ କୁ ବୁଝାଇବା ହେଉଛି ଉଦେଶ୍ୟ l

ଏହି ୭୫ ବର୍ଷ ମଧ୍ୟରେ ଭାରତ କଣ ଉପଲବ୍ଧି ହାସଲ କରିଛି l ଯେପରିକି ଭାରତମାତାର ବୀରପୁତ୍ରଙ୍କ ତ୍ୟାଗ ବଳିଦାନ କିପରି ଭାରତକୁ ଗୋଟିଏ ନୂଆ ସକାଳ ଦେଖାଇଥିଲା l ଆଜି ଭାରତ ହେଉଛି ବିଶ୍ୱ ଅର୍ଥ ବ୍ୟବସ୍ଥା ରେ ଗୋଟିଏ ମୁଖ୍ୟ ଶକ୍ତି l କିନ୍ତୁ ସ୍ୱାଧୀନତା ପରେ ଦେଶ ବିଭାଜନ ହୋଇ ଯାଇଥିଲା ଏବଂ ଭାରତ ଖରାପ ଅର୍ଥ ବ୍ୟବସ୍ଥା ସ୍ଥିତି ମଧ୍ୟ ଦେଖିଛି l କିନ୍ତୁ ଲଗାତାର ପ୍ରୟାସ ପରେ ଭାରତ ଆଜି ଗୋଟିଏ ବଡ଼ ଅର୍ଥବ୍ୟବସ୍ଥା ଓ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରୁଥିବା ଦେଶ ହୋଇ ସାରା ବିଶ୍ୱରେ ନିଜର ସ୍ଥିତି ବଜାୟ ରଖିଛି  l

ଆଜି ଭାରତ ପରମାଣୁ ଶକ୍ତି ସହିତ ବଡ ସୈନ୍ୟ ଶକ୍ତିର ଅଧିକାରୀ ହୋଇ ପାରିଛି l ଏହାଛଡା ଚନ୍ଦ୍ର ଓ ମଙ୍ଗଳକୁ ମାନବ ରହିତ ମିଶନ ପଠାଇବାର ୫ଟି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ l ଖୁବ କମ୍ ଖର୍ଚ୍ଚ ବିନିମୟ ରେ ମଙ୍ଗଳ ମିଶନ ରେ ସଫଳତା ଲାଭ କରିଛି ଭାରତ l

ଏହି ମହୋତ୍ସବ କୌଣସି ବିଶେଷ ଜାତି, ଧର୍ମ ଅଥବା ରାଜ୍ୟର  ନୁହେଁ ବରଂ ସମ୍ପୂର୍ଣ ଭାରତ ପାଇଁ ମହତ୍ଵପୁର୍ଣ ଅଟେ l ଏହି ରାଷ୍ଟ୍ରୀୟ ମହୋତ୍ସବ ସମୟରେ ସମସ୍ତ ସରକାରୀ ଭବନ, ବେସରକାରୀ ସଂସ୍ଥା ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଗୁଡିକ ଉପରେ ଭାରତୀୟ ତ୍ରିରଙ୍ଗା ଫର ଫର ହୋଇ ଉଡ଼ାଇବାର ପ୍ରୟାସ ପ୍ରତ୍ୟେକ ନାଗରୀକଙ୍କର ଅଟେ ବୋଲି କୁହାଯାଇଛି   l

ଭାରତ ସରକାର ଙ୍କ ପକ୍ଷରୁ ଭାରତୀୟ ଡାକ ବିଭାଗ କୁ ସ୍ୱତନ୍ତ୍ର ନିର୍ଦେଶ  ଦିଆଯାଇଛି ଯେ ଭାରତୀୟ ନାଗରିକ ମାନେ ଯେପରି ଜାତୀୟ ପତାକା ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବେ, ଓଡିଶା ସରକାର ମିଶନ ଶକ୍ତିକୁ ନିର୍ଦେଶ ଦେଇଛନ୍ତି ଯେ ବିନା ମୂଲ୍ୟରେ ଜାତୀୟ ପତାକା ଯେପରି ନାଗରିକ ମାନେ ପାଇ ପାରିବେ ସେଥିପ୍ରତି ସଚେତନ ରହିବେ  l

ଆଜାଦୀର ଅମୃତ ମହୋତ୍ସବ ଯୋଗୁଁ ଲୋକାଲ ଫର ଭୋକାଲ ଭଳି ଗୋଟିଏ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି l ଏଥିପାଇଁ ସାବରମତୀ ଆଶ୍ରମ ରେ ଗୋଟିଏ ଚରଖା ରଖାଯାଇଛି, ଯଦି କୌଣସି ବ୍ୟକ୍ତି ଲୋକାଲ ବ୍ୟବସାୟୀ ଙ୍କ ନିକଟରୁ କୌଣସି ଜିନିଷ କିଣିବ ତେବେ ତାର ଫଟୋ ରେ ଲୋକାଲ ଫର ଭୋକାଲ ଟ୍ୟାଗ ଲାଗି ସୋସିଆଲ ମିଡିଆରେ ଭାଇରାଲ ହେବ l

Leave A Reply