● 13 ରୁ 15 ଅଗଷ୍ଟ, 2022 ପର୍ଯ୍ୟନ୍ତ ସମସ୍ତ ରେଲୱେ ଆବାସ / କ୍ୱାର୍ଟର୍ସ ମାନଙ୍କରେ ତ୍ରିରଙ୍ଗା ଉଡିଲା |
● ହର ଘର ତିରଙ୍ଗା ଅଭିଯାନ ସମୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ସମସ୍ତ ରେଳ ଷ୍ଟେସନ ଏବଂ ରେଳ ପ୍ରତିଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ |
● ରେଲୱେ କଲୋନୀର ବାସିନ୍ଦା ଏବଂ ରେଳ କଲୋନୀ ବାହାରେ ରହୁଥିବା ରେଳ କର୍ମଚାରୀ ମାନେ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କଲେ |
ଭାରତ ସ୍ୱାଧୀନତାର 75 ତମ ବର୍ଷ ପାଳନ କରିବା ଅବସରରେ ପୂର୍ବ ତଟ ରେଳପଥ ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶ ଭାବେ ପ୍ରତିଘରେ ତ୍ରିରଙ୍ଗା ଅଭିଯାନକୁ ସଫଳ କରାଇବା ପାଇଁ ନିଜ କର୍ମଚାରୀମାନଙ୍କୁ ନିଜ ଘରେ 13 ରୁ 15 ଅଗଷ୍ଟ 2022 ପର୍ଯ୍ୟନ୍ତ ତିରଙ୍ଗା ଉଡ଼ାଇବାକୁ ପ୍ରୋତ୍ସାହିତ କରିଛି |
ରାଷ୍ଟ୍ରୀୟ ପତାକା ସହିତ ଦେଶର ନାଗରିକ ମାନଙ୍କ ସହିତ ରେଳ କର୍ମଚାରୀଙ୍କ ସମ୍ପର୍କ ବ୍ୟକ୍ତିଗତ ଅପେକ୍ଷା ସର୍ବଦା ଆନୁଷ୍ଠାନିକ ରହିଆସିଅଛି | ସ୍ୱାଧୀନତାର 75 ତମ ବର୍ଷରେ ସମଗ୍ର ଦେଶରେ ସାମୂହିକ ଭାବରେ ଜାତୀୟ ପତାକା ବ୍ୟବହାରକରିବା କେବଳ ବ୍ୟକ୍ତିଗତ ସଂଯୋଗର କାର୍ଯ୍ୟ ନୁହେଁ ବରଂ ରାଷ୍ଟ୍ର-ନିର୍ମାଣ ପ୍ରତି ସେମାନଙ୍କର ପ୍ରତିବଦ୍ଧତାର ପ୍ରତୀକ ମଧ୍ୟ ହୋଇଯାଏ | ଏହି ପଦକ୍ଷେପ ପଛରେ ଥିବା ଧାରଣା ହେଉଛି କର୍ମଚାରୀଙ୍କ ହୃଦୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବା ଏବଂ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା |
ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରେଳ କର୍ମଚାରୀ ଏବଂ ଅଧିକାରୀମାନେ ହର ଘର ତିରଙ୍ଗା ଅଭିଯାନରେ ଅଂଶଗ୍ରହଣ କରି ରେଳ କର୍ମଚାରୀଙ୍କ ମଧ୍ୟରେ ଦେଶଭକ୍ତି ଆଣିବା ସହ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି |
ପୂର୍ବରୁ ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ ରେଳପଥର ସମସ୍ତ କର୍ମଚାରୀଙ୍କୁ ହର ଘର ତିରଙ୍ଗା ଅଭିଯାନରେ ଭାଗ ନେବାକୁ ନିବେଦନ କରିଥିବା ସହିତ ରେଳପଥର ବିଭିନ୍ନ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କୁ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଯାହା ଦ୍ୱାରା ପ୍ରତ୍ୟେକ କର୍ମଚାରୀ ଏହି ଅଭିଯାନରେ ଜଡିତ ହୋଇପାରିବେ | ରେଳପଥର କର୍ମଚାରୀଙ୍କ ମଧ୍ୟରେ ଜାତୀୟ ପତାକା ବଣ୍ଟନ କରିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଥିଲା ଯାହାଦ୍ୱାରା ପୂର୍ବତଟ ରେଳପଥର ବହୁ ସଂଖ୍ୟକ ରେଳ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ |
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅନ୍ତର୍ଗତ ପୁରୀ, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର ଏବଂ କଟକ ଷ୍ଟେସନରେ; ସମ୍ବଲପୁର ରେଳମଣ୍ଡଳ ଅଧୀନରେ ଥିବା ଭବାନୀପାଟଣା, ନୂଆପଡା ରୋଡ଼, ମହାସମୁନ୍ଦ, ବଲାଙ୍ଗୀର, ବରଗଡ଼ ରୋଡ଼ ଓ ସମ୍ବଲପୁର ଏବଂ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ ବିଶାଖାପାଟଣା, ବିଜୟନଗରମ ଓ ରାୟଗଡା ରେଳ ଷ୍ଟେସନ ମାନଙ୍କଠାରେ ହର ଘର ତୀରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ ସହିତ ଏହାକୁ ସ୍ମରଣୀୟ କରାଇବା ପାଇଁ ସେଲ୍ଫି ଉଠାଇବାପାଇଁ ଉପଯୁକ୍ତ ସ୍ଥାନ ସୁବିଧା ପ୍ରଦାନ କରାଯାଇଅଛି |
