ନୂଆଦିଲ୍ଲୀ : କରୋନା ମହାମାରୀ ର ତୃତୀୟ ଲହର ମଧ୍ୟରେ ଅଖିଳ ଭାରତୀୟ ଆୟୁ୍ବେଦ ସଂସ୍ଥାନ (AIIA)୧୬ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କ ପାଇଁ ଇମ୍ୟୁନିଟି ବୁଷ୍ଟିଙ୍ଗ କିଟ୍ ବିକଶିତ କରିଛି । AIIA ଆୟୁଷ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଛି । ମନ୍ତ୍ରଣାଳୟ ର ଅଧିକାରୀ ମାନେ କହିଛନ୍ତି ଏହି କିଟ୍ କରୋନା ସଂକ୍ରମଣ ସହିତ ଲଢ଼ିବା ପାଇଁ ପିଲା ମାନଙ୍କ ର ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିବ ।
କଣ ରହିଛି ଏହି କିଟ୍ ରେ –
ମନ୍ତ୍ରଣାଳୟ ର ଅଧିକାରୀ ମାନେ କହିଛନ୍ତି ଯେ ଏହି କିଟ୍ ମଧ୍ୟରେ ଅନ୍ନୁ ତୈଳ , ସିତୋପଲାଦି
, ଚ୍ୟବନ ପ୍ରାସ ବ୍ୟତୀତ ତୁଳସୀ , ଗିଲୟେ , ଡ଼ାଳିଚିନି , ପିପଳି ଓ ଶୁଖିଲା ଅଙ୍ଗୁରରେ ପ୍ରସ୍ତୁତ ଗୋଟିଏ ସିରପ ରହିଛି । ଏହାକୁ ନିୟମିତ ସେବନ ଦ୍ଵାରା ପିଲା ମାନଙ୍କ ର ରୋଗ ପ୍ରତିରୋଧକ କ୍ଷମତା ବଢିବ । ଅଧିକାରୀ ମାନଙ୍କ ପକ୍ଷରୁ କୁହାଯାଇଛି ଯେ ଏହି କିଟ୍ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ ଡିସା ନିର୍ଦ୍ଦେଶ ରେ ପ୍ରସ୍ତୁତ କରାଯାଇଛି ।
ରାଷ୍ଟ୍ରୀୟ ଆୟୁର୍ବେଦ ଦିବସ ଉପଲକ୍ଷେ ନଭେମ୍ବର ୨ ତାରିଖ ଦିନ ୧୦, ୦୦୦କିଟ୍ ବଣ୍ଟା ଯିବ । ଭାରତରେ ବର୍ତ୍ତମାନ୍ ସୁଧା ଛୋଟ ପିଲାଙ୍କ ପାଇଁ କୌଣସି କୋଭିଡ ଟିକା ପ୍ରସ୍ତୁତ ହୋଇ ନଥିବା କାରଣରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି କିଟ୍ ସମ୍ପୂର୍ଣ୍ଣ ନିରାପଦ ଓ ଏହା ମାଗଣାରେ ବଣ୍ଟା ଯିବ ।
Comments are closed.