Odisha news

ଭାରତରୁ ଫେରୁଥିବା ନିଜ ଦେଶର ନାଗରିକ ମାନଙ୍କ ଉପରେ ଅଷ୍ଟ୍ରେଲିଆ ଲଗାଇଲା ପ୍ରତିବନ୍ଧକ : ନିୟମ ଭାଙ୍ଗିଲେ ଦେବାକୁ ପଡିପାରେ ଜୋରିମାନା ସହିତ ଜେଲ୍ ଦଣ୍ଡ

0

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ ଗୋଟିଏ ଖରାପ ପରିସ୍ଥିତିରେ ଗତି କରୁଛି ଏବଂ ପ୍ରତେକ ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମଣ ଶିକାର ହେଉଛନ୍ତି । ଏହି ସମୟରେ ଅନେକ ଦେଶ ନିଜର ନାଗରିକ ମାନଙ୍କୁ ଭାରତ ଯାତ୍ରା କରିବା ପାଇଁ ବାରଣ କରିବା ସହିତ ନିଜ ଦେଶକୁ ଶୀଘ୍ର ଫେରି ଆସିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ଅଷ୍ଟ୍ରେଲିଆ ଏହି ସବୁଥିରୁ ଗୋଟିଏ ପାଦ ଆଗକୁ ଯାଇ ନିଜର ନାଗରିକ ମାନଙ୍କୁ ଯାହା ଚେତାବନୀ ଦେଇଛି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ମିଳିଥିବା ସୂଚନା ଅନୁସାରେ ଅଷ୍ଟ୍ରେଲିଆ ସରକାର ନିଜ ଦେଶର ନାଗରିକ ମାନଙ୍କ ପାଇଁ ଭାରତ ଯାତ୍ରାକୁ ଅସ୍ଥାୟୀ ଭାବରେ ଅବୈଧ ଘୋଷଣା କରିଛନ୍ତି । ଯଦି ଏହି କରୋନା ମହାମାରୀ ସମୟରେ ଯେକୌଣସି ଅଷ୍ଟ୍ରେଲିଆ ନାଗରିକ ଭାରତରୁ ଅଷ୍ଟ୍ରେଲିଆ ଯିବେ ସେମାନଙ୍କ ପାଇଁ ପାଞ୍ଚ ବର୍ଷ ଜେଲ୍ ଦଣ୍ଡ କିମ୍ବା ଜୋରିମାନା ଲଗାଯାଇ ପାରେ। ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏହି ନିଷ୍ପତି ସେହି ମାନଙ୍କ ଉପରେ ପ୍ରଭାବ ପକାଇବ ଯେଉଁମାନେ ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ କରୋନାରେ ସଂକ୍ରମିତ ହୋଇ ପାରନ୍ତି ।ଅଷ୍ଟ୍ରେଲିଆ ଚଳିତ ସପ୍ତାହ ଆରମ୍ଭରେ ସମସ୍ତ ଭାରତୀୟ ବିମାନ ଉପରେ ପ୍ରତିବନ୍ଧକ ଲଗାଇଥିଲା ।
ଭାରତରେ ଆନୁମାନିକ ୯ ହଜାର ଅଷ୍ଟ୍ରେଲିଆ ନାଗରିକ ରହୁଛନ୍ତି ,ଯେଉଁ ମାନଙ୍କ ମଧ୍ୟରୁ ୬୦୦ ଏଭଳି ବର୍ଗର ଲୋକ ରହିଛନ୍ତି ଯେଉଁ ମାନେ ସଂକ୍ରମିତ ହୋଇ ଅସୁରକ୍ଷିତ ଶ୍ରେଣୀରେ ରହିଛନ୍ତି। ଅଷ୍ଟ୍ରେଲିଆ ଗଣମାଧ୍ୟମ ସୂଚନା ଅନୁସାରେ ଏହା ପ୍ରଥମଥର ହେବ ଯାହା ଅନୁସାରେ ନିଜ ଦେଶକୁ ଫେରିବା ଫଳରେ ନାଗରିକ ମାନଙ୍କୁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ।
Leave A Reply