Odisha news

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ : ଖବର ପ୍ରସାରଣକୁ ନେଇ ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ଫେସବୁକ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ବିବାଦ ବଢିବାକୁ ଚାଲିଛି l ଫେସବୁକ ଅଷ୍ଟ୍ରେଲିଆରେ ଖବର ଓ ଅତିବଶ୍ୟକ ସେବା ଗୁଡିକର ପୋଷ୍ଟକୁ ବ୍ୟାନ କରି ଦେଇଛି ,ଏହା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କାର୍ଟ ମରିସନ ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ଟେଲିଫୋନ ମାଧ୍ୟମରେ କଥା ହୋଇ ସାହାଯ୍ୟ ମାଗିଛନ୍ତି l

ଦ ସିଡନୀ ମର୍ଣ୍ଣିଙ୍ଗ ହେରାଲଡ଼ ଅନୁସାରେ ଅଷ୍ଟ୍ରେଲିଆର ପ୍ରଧାମନ୍ତ୍ରୀ ଗୁରୁବାର ଦିନ ମୋଦିଙ୍କ ସହ କଥାହୋଇ କହିଥିଲେ ଯେ ” ସେମାନେ ଦୁନିଆକୁ ବଳାଉଛନ୍ତି ,ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ଦୁନିଆକୁ ପରିଚାଳିତ କରିବେ l ଆମେ ବଡ଼ ବଡ଼ ଏହି ଟେକ୍ନିକାଲ କମ୍ପାନୀ ଗୁଡିକର ଧମକକୁ ଡରିବା ନାହିଁ l ଏମାନେ ଆମର ସଂସଦ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ,କାରଣ ଆମେ ମହତ୍ୱପୂର୍ଣ୍ଣ ଗଣମାଧ୍ୟମକୁ ଭୋଟ ଦେଉଛୁ l ”

ଫେସବୁକରେ ଗୋଟିଏ ନିୟୁଜ ସାଇଡ଼ର ପୋଷ୍ଟକୁ ନେଇ ଅଷ୍ଟ୍ରେଲିଆ ସରକାର ଓ ଫେସବୁକ ମଧ୍ୟରେ ଅନେକ ଦିନରୁ ବିବାଦ ଚାଲିଥିଲା l ନିକଟରେ ଫେସବୁକ ଅନେକ ଗୁଡିଏ ପଦକ୍ଷପ ଉଠାଇ ଥିଲା ,ଅଷ୍ଟ୍ରେଲିଆ ସରକାରଙ୍କର ଗୋଟିଏ ନିୟମ ବିରୁଦ୍ଧରେ ସେଠାକାର ଖବର ,ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାର ପୋଷ୍ଟ ଉପରେ ରୋକ ଲାଗିଥିଲା l ଏହାକୁ ନେଇ ଫେସବୁକର ଅନେକ ଆଲୋଚନା ହୋଇଥିଲା l

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏହି ବିଷୟରେ ନେଇ ମୋଦିଙ୍କ ସହିତ ଆଲୋଚନା କରିଥିଲେ ଓ ସେ ବର୍ତ୍ତମାନ ମୋଦିଙ୍କ ସମର୍ଥନ ଚାହୁଁଛନ୍ତି l ଅଷ୍ଟ୍ରେଲିଆ ସରକାର କହିଛନ୍ତି ,ଫେସବୁକକୁ ଯଦି କୌଣସି ନିୟମକୁ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ତେବେ ତାର ମୁଖ୍ୟ ମାର୍କ ଜକରବର୍ଗଙ୍କୁ ସିଧା ସଳଖ କଥାବାର୍ତା ହେବାର ଥିଲା ,ଅଚାନକ ଏହିଭଳି ଭାବରେ ଉପଭୋକ୍ତା ମାନଙ୍କର ଜରୁରୀ ତଥ୍ୟକୁ ବ୍ୟାନ କରିବାର ଉଚିତ ନଥିଲା l ବର୍ତ୍ତମାନ ଅଷ୍ଟ୍ରେଲିଆ ସରକାର ଫେସବୁକ ବିରୁଦ୍ଧରେ କେସ କରିବାକୁ ଚ୍ୟାହୁଁଛନ୍ତି l

Nalco

Comments are closed.