Odisha news

ଔପଦା ବନ ବିଭାଗ ଦ୍ୱାରା କାଠ ସହ ପିକ୍ଅପ୍ ଭ୍ୟାନ୍ ଜବତ

0

ଔପଦା-୨୧/୦୬ : -ଔପଦା ବନ ବିଭାଗ ଦ୍ୱାରା ଚୋରାରେ ଚାଲାଣ ହେଉଥିବା କାଠ ସହ ଏକ ପିକ୍ଅପ ଭ୍ୟାନକୁ ରାସ୍ତାରୁ ଜବତ କରାଯାଇ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ଚୋରା କାଠ ଚାଲାଣ ସଂପର୍କରେ କୌଣସି ସୂତ୍ରରୁ ବନବିଭାଗ ଖବର ପାଇବା ପରେ ଡିଏଫଓଙ୍କ ନିଦେ୍ର୍ଦଶ କ୍ରମେ ରେଞ୍ଜର ବବିତା ସୋରେନଙ୍କ ତତ୍ତ୍ୱାବଧାନରେ ଫରେଷ୍ଟର ସୌମ୍ୟରଂଜନ ମାଝୀ ଓ କିଶୋର ଚନ୍ଦ୍ର ଭୂୟାଁଙ୍କ ନେତୃତ୍ୱରେ ଖଇରା ବ୍ଲକ ନନେ୍ଦାରୁ ଗାଁ ରାସ୍ତାରୁ ଦିନ ୧୨.୩୦ ମିନିଟରେ କାଠ ସହ ଗାଡିକୁ ଜବତ କରାଯାଇଥିଲା । ଏଥିରେ ସାଗୁଆନ, ଆକାଶୀ, ସିମିଳି, ଲିମ୍ବ, ଜାମୁ, ସିରିସା, ଝାଉଁ ଇତ୍ୟାଦି କାଠ ପ୍ରାୟ ୩୭ ସିଫ୍ଟରୁ ଉର୍ଦ୍ଧ କାଠ ଜବତ କରାଯାଇଥିବା ବିଭାଗ ଠାରୁ ଜଣାଯାଇଛି । ଏହି ଚଢାଉରେ ଫରେଷ୍ଟ ଗାର୍ଡ ଜୟଲକ୍ଷ୍ମୀ କୁଅଁର,ପଦ୍ମଲୋଚନ ପାତ୍ରଙ୍କ ସମେତ ସବୁଜ ବାହିନୀ ସାମିଲ ଥିବା ବେଳେ ବିଭାଗ ପକ୍ଷରୁ ୫/୨୨,୨୩ ନଂ ମୂଳେ ମାମଲା ରୁଜୁ କରାଯାଇଛି

Nalco
Leave A Reply