ଆଳି : କେନ୍ଦ୍ରାପର ଜିଲ୍ଲା ଆଳି ବ୍ଲକ ଧୋୟଞ୍ଚଳ।ଭାବେ ପରିଚିତ ଦଶ ପଞ୍ଚାୟତ ର ସଦର ମହକୁମା ଗୋବିନ୍ଦପୁର ରେ ବହୁ ଦାବି ପରେ ଜିଲା ଆରକ୍ଷୀ ଙ୍କ ପକ୍ଷରୁ ଏକ ଫାଣ୍ଡି ପ୍ରତିଷ୍ଠା ହେବା ପରେ ଧୋୟ।ର ଅପରାଧ ଦୂର ହେବା ନେଇ ବୁଦ୍ଧିଯିବି ମହଲ ଆଶ୍ବସ୍ତ ହୋଇଥିବା ବେଳେ ସ୍ଥାନୀୟ କିଛି ଲୋକଙ୍କ ଦାଦାଗିରି ପାଇଁ ବଦନାମ ହେଉଛି।ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ଚାରି ଘଟିକା ରେ ଆଳି ବ୍ଲକ ଶେଷ ଗୋବିନ୍ଦପୁର ପୋଲ ପାର୍ଶ୍ୱରେ ଗ୍ରାମର ମାଧବାନନ୍ଦ ମଲ୍ଲିକ ଙ୍କ ପୁଅ ରତିକାନ୍ତ ମଲ୍ଲିକ ଟ୍ରାକ୍ଟର ଯୋଗେ ବିପରୀତ ଦିଗକୁ ଯାଉଥିବା ବେଳେ ଯାଜପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ରତିକାନ୍ତ ଙ୍କ ର ଗଣ୍ଡଗୋଳ ହୋଇଥଲା ଫଳରେ ରାସ୍ତା ମଝିରେ ଗାଡିରଖିବା ଦ୍ୱାରା ରାସ୍ତା ଜାମ ହୋଇଥିଲା। ଘଟଣା ସ୍ଥଳରୁ ଫାଣ୍ଡି କୋଡିଏ ମିଟର ଥିବା ବେଳେ ଫାଣ୍ଡି ଅଧିକାରୀ ନାରାୟଣ ସାହୁଙ୍କ ସମେତ ସମସ୍ତ ଷ୍ଟାଫ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ ଭାଙ୍ଗି ବାକୁ ଯାଇ ଉଭୟ ଙ୍କ ଉପରକୁ ଦୁଇଚାରି ପାହାର ପକାଇ ସମାଧାନ କରିଥିଲେ ଓ ଯାଜପୁର ଯୁବକକୁ ଛାଡ଼ିଦେଇଥିଲେ।ଏହାକୁ କେନ୍ଦ୍ର କରି ରତିକାନ୍ତ ଓ ସ୍ଥାନୀୟ ଅଞଳ ର ଶତାଧିକ ଲୋକ ଗୋବିନ୍ଦପୁର ବିଟ ହାଉସ ଘେରାଉ କରି ଅପ୍ରିତକର ପରିସ୍ଥିତି ସୃଷ୍ଟି କରିଥିଲେ ।
