Odisha news

ଔପଦାରେ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ସମ୍ବର୍ଦ୍ଧନା

0

ଔପଦା-୩୦/୧୨ : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ନୁତନ ଜିଲ୍ଲା ଯୁବ ବଜେଡି ସଭାପତି ତାପସ କୁମାର ପରିଡାଙ୍କୁ ସମ୍ବର୍ଦ୍ଧନା କରିବା ସଂଗେ ସାଗଂଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ବିଜେଡି ବ୍ଲକ ସଭାପତି ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ପରିଡାଙ୍କୁ ଏହି କାର୍ଯ୍ୟକ୍ରମରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ପରିଡାଙ୍କୁ ଶତାଧିକ ବିଜେଡିର ଯୁବକ ମାନେ କଲେଜ ଛକରୁ ଏକ ବାଇକ ର୍ୟାଲିରେ ସଭାସ୍ଥଳକୁ ପାଛୋଟି ଅଣିଥିଲେ ।

ଏହି ସଭାରେ ୧ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ସୁବାସିନୀ ବିଶ୍ୱାଳ, ୨ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଭେନ୍ଦୁ କୁମାର ଜେନା,ତଳକିଆ ସରପଞ୍ଚ ମଧୁସୂଦନ ମଲ୍ଲିକ,ବ୍ଲକ ମହିଳା ସଭାପତି ସୁମତି ମହାନ୍ତି,ପୂର୍ବତନ ଯୁବ ବିଜେଡି ବ୍ଲକ ସଭାପତି ବିଜୟ କୁମାର ପ୍ରଧାନ,ବ୍ଲକ ସାଧାରଣ ସଂପାଦକ ନିରଂଜନ ବାରିକ,ବିଜେଡି ନେତା ଗୟାଧର ସେଠୀ,ବ୍ଲକ ଉପସଭାପତି ସଚିନ୍ଦ୍ର ଦାସ,ପ୍ରାକ୍ତନ ଜିଲ୍ଲାପରିଷଦ ସଦସ୍ୟ ଅନିରୁଦ୍ଧ ବିଶ୍ୱାଳ,ପୂର୍ବତନ ସରପଞ୍ଚ ନିତ୍ୟାନନ୍ଦ ମୁଦୁଲି,ରାଏରାମଚନ୍ଦ୍ରପୁରୁ ପଞ୍ଚାୟତ ବିଜେଡି ସଭାପତି ପ୍ରଫୁଲ କୁମାର ରାଉତ,ମହିଳା ସାଧାରଣ ସଂପାଦିକା ପ୍ରତିମା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଯୁବ ନେତା ଅଦିତ୍ୟ ନାରାୟଣ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବେନ୍ଦ୍ର ଦାଶ,କମଳଲୋଚନ ପଣ୍ଡା,ଭବାନୀଶଙ୍କର ପଣ୍ଡା,ସୁଦର୍ଶନ ଜେନା,ସନ୍ତୋଷ କୁମାର ଲେଙ୍କା,ମିଡିଆ କୋଡିନେଟର ଶଙ୍କର୍ଷଣ ମହାନ୍ତିଙ୍କ ସମେତ ସଦାନନ୍ଦ ଦାସ,ବିସ୍ମୟ ମଲ୍ଲିକ,କପିଳ ସାମଲ,ରଂଜନ ମହାନ୍ତି,ଶରତ ଦାସ,କୌଶିକ ମହାନ୍ତି,ପପୁ ଗିରି,ଆଶୁତୋଷ ନାୟକ,ପ୍ରିୟମ୍ଭୁଜ ବିଶ୍ୱାଳ ପ୍ରମୂଖ ଅଂଶଗ୍ରହଣ କରିଥିଲେ । ଛାତ୍ରନେତା ରଜନୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ

Leave A Reply