Odisha news

ବିଶେଷ ସୂଚନା : ଅଗଷ୍ଟ ମାସ ୧ ତାରିଖରୁ (ଆଜିଠୁ)ବଦଳିଗଲା ବ୍ୟାଙ୍କ୍ ନିୟମ , ଆସନ୍ତୁ ଜାଣିବା ପୁରା ଖବର

ନୂଆଦିଲ୍ଲୀ : ଅଗଷ୍ଟ ମାସ ୧ ତାରିଖରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତନ । ଏହାର ସିଧା ସଳଖ ପ୍ରଭାବ ଆପଣଙ୍କ ପକେଟ୍ ଓ ଦୈନନ୍ଦିନ ଜୀବନ ଉପରେ ପଡ଼ିବ । ତେଣୁ ଏହିସବୁ ପରିବର୍ତ୍ତନ ବିଷୟରେ ଆପଣ ମାନେ ଜାଣି ରଖିବା ଆବଶ୍ୟକ । ଅଗଷ୍ଟ ୧ ତାରିଖ ଠାରୁ ବ୍ୟାଙ୍କ୍ ର ଯେ କୌଣସି ଟ୍ରାଞ୍ଜକସନ୍ ଛୁଟି ଦିନରେ ମଧ୍ୟ ହୋଇ ପାରିବ । ATM ରୁ ପଇସା କାଢିଲେ ଆପଣଙ୍କୁ ଅଧିକ ଶୁଳ୍କ ଦେବାକୁ ପଡ଼ିବ ।
RBI ପକ୍ଷରୁ ନେସନାଲ ଅଟୋ ମେଟେଡ କ୍ଲିୟରିଂ ହାଉସ ( NACH) ସପ୍ତାହର ସାତଦିନ ଚାଲୁ ରଖିବା ପାଇଁ ସ୍ଥିର କରାଯାଇଛି , ତେଣୁ ବର୍ତ୍ତମାନ୍ ଆପଣ ଯେ କୌଣସି ଟ୍ରାଞ୍ଜକାସନ୍ ପାଇଁ ଆଉ ଛୁଟି ଦିନର ଭୟ ରଖିବେ ନାହିଁ । ଏହା ବ୍ୟତୀତ ଛୁଟି ଦିନରେ ମଧ୍ୟ ଆପଣଙ୍କ ଆକାଉଣ୍ଟ ରୁ ବ୍ୟାଙ୍କ୍ କିସ୍ତି ମଧ୍ୟ କଟି ପାରିବ । ଏଥର ଆଗଭଳି ଆଉ ପେନସନ ଓ ଅନ୍ୟ ଟ୍ରାଞ୍ଜାକ୍ସନ୍ ପାଇଁ କାର୍ଯ୍ୟ କାରିଣୀ ଦିନକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଆଇସିଆଇସି ବ୍ୟାଙ୍କ୍ ଗ୍ରାହକ ମାନେ ଚେକ୍ ରୁ ପଇସା କାଢ଼ିଲେ ଦେବେ ଅଧିକ ଚାର୍ଜ । ଆପଣ ବ୍ୟାଙ୍କ୍ ର ବ୍ରାଞ୍ଚ ରୁ କେବଳ ମାସକୁ ଚେକ୍ ଦ୍ଵାରା ୪ଥର ଫ୍ରି ରେ ପଇସା କାଢ଼ି ପାରିବେ । ୪ଥରରୁ ଅଧିକ ପଇସା କାଢିବା ଓ ଭରିବା ଦ୍ଵାରା ଆପଣଙ୍କୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ଯଦି ଆପଣ ATM ରୁ ପଇସା କାଧୁଛନ୍ତି ତେବେ ଆପଣଙ୍କୁ ୫ଟି ଟ୍ରାଞ୍ଜାକ୍ସନ୍ ଫ୍ରି ଅଟେ ।
ଅଗଷ୍ଟ ମାସରୁ ATM ଇଣ୍ଟରନେଟ ରେ ମଧ୍ୟ ମୂଲ୍ୟ ବୃଦ୍ଧି ହୋଇଛି , ୧୫ ଟଙ୍କାରୁ ୧୭ ଟଙ୍କା ବଢ଼ି ଯାଇଛି । ନନ୍ ଫାଇନାନ୍ସିଆଲ୍ ଟ୍ରାଞ୍ଜକସନ୍ ରେ ୫ ରୁ ୬ ଟଙ୍କା କୁ ବୃଦ୍ଧି ହୋଇଛି ।
ଅଗଷ୍ଟ ୧ ତାରିଖ ରୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ (IPPB) ପାଇଁ ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଶୁଳ୍କ ଦେବାକୁ ପଡ଼ିବ । ଏଥିପାଇଁ ୨୦ ଟଙ୍କା ସହିତ GST ଦେବାକୁ ପଡ଼ିବ । ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କୁ ପଇସା ଟ୍ରାନ୍ସଫର୍ ଓ ମୋବାଇଲ୍ ପିମେଣ୍ଟ ଆଦି ପାଇଁ ୨୦ ଟଙ୍କା ସହିତ GST ଦେବାକୁ ପଡ଼ିବ । ଗ୍ରାହକ ଙ୍କ ଖାତାକୁ ପଇସା ଟ୍ରାନସଫର ପାଇଁ ସମାନ ଦେୟ ଦେବାକୁ ପଡ଼ିବ ।

Comments are closed.