ଅଗଷ୍ଟ ମାସ ବର୍ଷର ୮ମ ମାସ ଅଟେ । ଏହି ମାସରେ ପ୍ରବଳ ବର୍ଷା ହେବାର ଦେଖା ଯାଇଥାଏ । ସବୁ ମାସରେ ଜନ୍ମିତ ବ୍ୟକ୍ତିଙ୍କ ସ୍ଵଭାବ ଆଉ ଗୋଟିଏ ମାସର ବ୍ୟକ୍ତିଙ୍କ ପ୍ରକୃତି ଠାରୁ ଅଲଗା ହୋଇଥାଏ । ଶାସ୍ତ୍ର ଅନୁସାରେ ଅଗଷ୍ଟ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ରହିଥାଏ ।
* ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ୱଭାବରେ କଞ୍ଜୁସ୍ ହୋଇ ଥାଆନ୍ତି । ତାଙ୍କର ଏହି ସ୍ଵଭାବ ତାଙ୍କୁ ଧନୀ କରିଥାଏ ।
* ଏହି ମାସରେ ଜନ୍ମ ବ୍ୟକ୍ତି ବୁଦ୍ଧିମାନ ହୋଇ ଥାଆନ୍ତି । ନିଜ ବୁଦ୍ଧି ବଳରେ ସମାଜରେ ଗୋଟିଏ ବିଶେଷ ସ୍ଥାନ ରଖନ୍ତି । ସମାଜର ମାଙ୍ଗଳିକ କାର୍ଯ୍ୟରେ ଏମାନଙ୍କର ବିଶେଷ ରୁଚି ରହିଥାଏ ।
* ଏମାନଙ୍କର ବନ୍ଧୁତା ଖୁବ୍ ସୀମିତ ବ୍ୟକ୍ତିଙ୍କ ମଧ୍ୟରେ ରହିଥାଏ । ଏହି ମାସରେ ଜନ୍ମ ବ୍ୟକ୍ତି କଳା , ରଚନା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟରେ ବିଶେଷ ରୁଚି ରଖି ଥାଆନ୍ତି ।
* ଏହି ମାସରେ ଜନ୍ମ ବ୍ୟକ୍ତି ସ୍ପଷ୍ଟ ବାଦି ଅଟନ୍ତି । ଅଧିକାଂଶ ସମୟ ସେମାନଙ୍କର ଏହି ଅଭ୍ୟାସ ତାଙ୍କୁ ବିପଦ ରେ ପକାଇ ଦେଇଥାଏ ।
* ଆର୍ଥିକ ମାମଲାରେ ଏହି ମାସରେ ଜନ୍ମ ବ୍ୟକ୍ତି ଖୁବ୍ ସତର୍କ ରୁହନ୍ତି । ସେମାନେ ସର୍ବଦା ନିଜର ଓ ଅନ୍ୟ ମାନଙ୍କର ଗୋଟି ଗୋଟି ପଇସାର ହିସାବ ରଖି ଥାଆନ୍ତି ।
* ଏହି ମାସରେ ଜନ୍ମ ବ୍ୟକ୍ତି ଙ୍କ ସମ୍ପର୍କ ଯେତିକି ମହତ୍ତ୍ଵ ପୂର୍ଣ୍ଣ ନୁହେଁ , ତା ଠାରୁ ଅଧିକ ଅର୍ଥ ଗୁରୁତ୍ଵ ପୂର୍ଣ୍ଣ ଅଟେ । ଏହି ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ୨,୫,୯ ଲକି ନମ୍ୱର୍ ଅଟେ ।
Comments are closed.