ଆଠଗଡ ତା୨୪/୩/୨୨ ଆଠଗଡ ପୌରପରିଷଦରେ ଥିବା ୧୮ ଟି ୱର୍ଡରେ ତିନି ପ୍ରମୁଖ ଦଳର କାଉନସିଲର ପାର୍ଥି ଓ ଅଧକ୍ଷା ପାର୍ଥୀଙ୍କ ପାଇଁ ଆଜି ମତଦାନ ଆଠଗଡ ପୋଲିସ ପ୍ରଶାସନ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା, ଆଠଗଡ ପୌରପରିଷଦ ନିର୍ବାଚନ ଅଧିକାରୀ ପ୍ରିୟବ୍ରତ ଦାଶ ପ୍ରକାଶ କରିଥିଲେ, ପରିଷଦର ମୋଟ ମତଦାତାଙ୍କ ସଂଖ୍ୟା ୧୩୯୩୭ ଥିବା ବେଳେ ଆଜି ପ୍ରବଳ ଗ୍ରୀଷ୍ମ ତାପ ସତ୍ୱେ ମଧ୍ୟ ପୌରପରିସଦରେ ଥିବା ଭୋଟର ମାନେ ମୋଟ ୧୦୭୯୨ ଜଣ ମତଦାନ କରିଥିଲେ ମୋଟ ୫୬୧୦ ପୁରୁଷ ଓ ୫୧୮୨ ଜଣ ମହିଳା ମତଦାନ କରିଥିଲେ, ଆଜିର ମତଦାନର ହାର ଶତକଡା ୭୭.୪୩% ହୋଇଥିଲା,ପରିଷଦର 5 ନମ୍ବର ୱର୍ଡ ରାସରଶିକପୁରକୁ ପ୍ରଶାସନ ପକ୍ଷରୁ ପିଙ୍କ୍ ବୁଥ୍ ମତଦାନ କେନ୍ଦ୍ରର ମାନ୍ୟତା ଦିଆଯାଇଥିଲା, ,ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଓ ନିର୍ବାଚନ ଅଧିକାରୀ ତହସିଲଦାର ପ୍ରିୟବ୍ରତ ଦାଶଙ୍କ ତଦାରଖରେ ନିର୍ବାଚନ କାର୍ଯ୍ୟ ସମାପନ ହୋଇଥିବା ବେଳେ କଟକ ଗ୍ରାମାଞ୍ଚଳ ଏସପି ବି ଯୁଗଳ କିଶ୍ଵର ନିଜେ ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୃଷ୍ଣ ବିଶିଙ୍କ ସହ ଉତେଜନା ପ୍ରବଣ ବୁଥ ଗୁଡିକ ବୁଲୁ ସ୍ତିସ୍ଥି ପରଖି ଥିଲେ ଏବଂ ଆଠଗଡ ଆଇ ଆଇ ସି ବାମଦେବ ସ୍ୱାଇଁ ଶଶସ୍ତ୍ର ପୋଲିସ ଫୋର୍ସ ସମସ୍ତ ୧୮ ଗୋଟି ୱର୍ଡରେ ମୁତୟନ କରିଥିଲେ, ଆଜି ପୋଲିସ ପ୍ରଶାସନ ତରଫରୁ ସହକାରୀ ସୁପରଡେଣ୍ଟ ପୋଲିସ ଅଧିକାରୀ ଅଶୋକ ବେହେରା ୪ ଜଣ ଡିଏସପି,୪ଜଣ ଆଇ ଆଇ ସି,୮ ଜଣ ସବଇନିଷପେକ୍ଟର,୧୮ ଆସିଷ୍ଟାଣ୍ଡ ସବଇନିଷପେକ୍ଟର,୬ ପ୍ଲଟୁନ ଫୋର୍ସ ସୁରକ୍ଷା କର୍ମୀଙ୍କ ପାଇଁ ଆଜି ପୌରପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିଲା,