Odisha news

ଅବସରପ୍ରାପ୍ତ ସୈନିକ ବନ୍ୟା ପ୍ରପୀଡ଼ିତ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।

0

ଆଠଗଡ଼ ତା/୧୭/୮-ଲଘୁଚାପ ଜନିତ ବର୍ଷା ରେ ସାରା ଓଡ଼ିଶା ର ଅଧିକାଂଶ ସ୍ଥାନରେ କେଉଁଠି ଘର ବୁଡି ଯାଇଛି ତ କେଉଁଠି ପନିପରିବା  ଫସଲ ବୁଡି ଯାଇଛି। ଦୀର୍ଘ ଦିନ ଧରି ଲଗାଣ ବର୍ଷା ର ପ୍ରଭାବ ରେ କଟକ ଜିଲ୍ଲା ର ଆଠଗଡ ବାଙ୍କୀ ବଡମ୍ବା ନରସିଂହପୁର, ଆଦି ଅଞ୍ଚଳ ବ୍ୟାପକ ଭାବରେ କ୍ଷୟ କ୍ଷତି ହୋଇ ଥିବା ଜଣା ପଡିଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନାରେ ପ୍ରଶାସନ ପକ୍ଷରୁ ରାସନ୍ ସାମଗ୍ରୀ ଯୋଗାଇ ଦିଆ ଯାଉଛି, ଆଠଗଡ଼ ବ୍ଲକ ୩ନମ୍ବର ଜୋନ ର ଧୁଋଷିଆ ମଞ୍ଚେଶ୍ୱର୍, ମହାକାଳବସ୍ତ, ଘଣ୍ଟି ଖାଲ, ଏବଂ କଖଡି ପଞ୍ଚାୟତ ର ଅଧିକାଂଶ ଗ୍ରାମ ପାଣି ଘେରରେ ଅଛି, ଏମିତି କି କଖଡି ପଞ୍ଚାୟତ ର ଗୋପୀନାଥପଡ଼ା ଗ୍ରାମର ଲୋକ ମାନେ ପାଣି ଘେରରେ ରହି ଖାଇବା ପିଇବା ରୁ ବଞ୍ଚିତ ଥିବାବେଳେ ଖବର ପାଇ ଅବସର ପ୍ରାପ୍ତ ସୈନିକ ପହଞ୍ଚି ଥିଲେ ରିଲିଫ ନେଇ ପାଣି ଘେରରେ ବନ୍ଦୀ ଜୀବନ କଟାଉ ଥିବା ଲୋକ ଙ୍କ ମୁଁହ ରେ ଦି ମୁଠା ଖାଦ୍ୟ ଯୋଗାଇ ଛନ୍ତି ଅଭୟ। ନିଜ ଜୀବନକୁ ବାଜି ଲଗାଇ ଅକାତ୍ କାତ ପାଣିରେ ହୁଲି କାଠୁଆ ସାହାଯ୍ୟ ରେ ନିଜ ସହଯୋଗୀ ଙ୍କ ସହାୟତା ରେ ଜାତୀୟ ରାଜପଥ ୫୫ର ସନ୍ନିକଟ ବ୍ରାହ୍ମଣ ବସ୍ତ ନିକଟ ରେ ଶୁଖିଲା ଖାଦ୍ୟ ଯଥାକ୍ରମେ , ଚୁଡ଼ା,ଚିନି,ବିସ୍କୁଟ,ପାଣି, ପାଉଁ ରୁଟି,ମହମବତୀ, ଦିଆସିଲ ଯୋଗାଇ ଛନ୍ତି। ଅଭୟ ଙ୍କ ଏହି ତୁରିତ୍ଵ ପଦକ୍ଷେପ କୁ ସ୍ଥାନୀୟ ଅଞ୍ଚଳ ରୁ ଢେର୍ ପ୍ରଶଂସା କରିଛନ୍ତି । ଏହି ରିଲିଫ ବଣ୍ଟନ ରେ  ସରୋଜ ଦାସ,ପ୍ରଶାନ୍ତ ସାହୁ,ତାପସ ରାଉତ, ପ୍ରତାପ ଦାସ, ମିଟୁ ସ୍ବାଇଁ,ପ୍ରମୁଖ ସହଯୋଗ କରିଥିଲେ।

Leave A Reply