Odisha news

ବନ୍ୟା ସ୍ଥିତି ଗମ୍ଭୀର : ପାଇକାର ବଟିରା ଓ ଚିତ୍ରୋତ୍ପଳାର ନୂଆପଡା ନିକଟରେ ଧସିଲା ନଦୀ ବନ୍ଧ , ଭୟ ଓ ଆଶଙ୍କାରେ ଲୋକ

0

ମାର୍ଶାଘାଇ :  ବନ୍ୟା ସ୍ଥିତି ଅତି ଗମ୍ଭୀର ହେବାକୁ ଲାଗିଲାଣି l ପାଇକା ଓ ଚିତ୍ରୋତ୍ପଳା ନଦୀର ଜଳସ୍ତର ବୃଦ୍ଧି ପାଇ ବର୍ତମାନ ବିପଦ ସୃଷ୍ଟି କଲାଣି l ବୁଧବାର ମାର୍ଶାଘାଇ ବ୍ଲକର ବଟିରା ଗ୍ରାମ ନିକଟରେ ପାଇକା ନଦୀ ବନ୍ଧ ପ୍ରାୟ ପଚାଶ ପୁଟ ଧସି ଯାଇଥିବା ବେଳେ ଚିତ୍ରୋତ୍ପଳା ନଦୀର ଗରଦପୁର ବ୍ଲକର ନୂଆପଡା ବଜାର ନିକଟରେ ତିରିଶ ଫୁଟ ନଦୀ ବନ୍ଧ ଧସି ଯାଇ ବର୍ତମାନ ଅଂଚଳ ବାସୀଙ୍କ ପାଇଁ ବଡ଼ ବିପଦ ଆଣିଛି  l ଯେଉଁଥି ପାଇଁ ଲୋକ ମାନେ ଏବେ ଭୟ ଓ ଆଶଙ୍କା ମଧ୍ୟ୍ୟରେ ରହିଛନ୍ତି l ଯଦିଓ ପ୍ରଶାସନ ତରଫରୁ ବାଲି ବସ୍ତା, ବହ୍ଲା ପୋତା ଯାଇ ନଦୀ ବନ୍ଧ ସୁରକ୍ଷା ପାଇଁ ମରାମତ କାଯ୍ୟ ଜରୁରି କାଳୀନ ଭିତିରେ ଦିନ ରାତି କାଯ୍ୟ ଚାଲୁଛି ତେବେ ବିପଦ ପୁରାମାତ୍ରାରେ  ଟଳି ନାହିଁ l  ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠି, ନିବାହୀ ଯନ୍ତ୍ରୀ ସମ୍ବିତ କୁମାର, ସହକାରୀ ନିବାହୀ ଯନ୍ତ୍ରୀ ପ୍ରାଣନାଥ ମୁଣ୍ଡା, କନିଷ୍ଠ ଯନ୍ତ୍ରୀ ଧୁଶାସନ ବାରିକ ପ୍ରମୁଖ ଘଟଣାସ୍ଥଳ ରେ ଉପସ୍ଥିତ ରହି ମରାମତ କାଯ୍ୟକୁ ତାରାନ୍ୱିତ କରିଥିଲେ l

Nalco
Leave A Reply