Odisha news

ଡାହିବାଡି-କଲେଜ-ଜାତୀୟ ରାଜପଥ ରାସ୍ତା ଶୋଚନୀୟ

0

ବୈଶିଙ୍ଗା : ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକୀୟ ରାସ୍ତା ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଛି ସତ ମାତ୍ର ସମସ୍ୟାର ସମାଧାନ ହୋଇପାରୁନି। ବିଭାଗୀୟ ଅଧିକାରୀ ମାନେ କେବଳ କାଗଜପତ୍ରରେ କାମ କରି ଚାଲିଛନ୍ତି। ଗ୍ରାମାଞ୍ଚଳ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚ ମାନେ ମଧ୍ୟ ସେତିକି ଗୁରୁତ୍ଵ ଦେଉ ନ ଥିବାର ଅଭିଯୋଗ ହେଉଛି। ବୈଶିଙ୍ଗା ପଞ୍ଚାୟତ ଅଧିନରେ ଏଭଳି ଅନେକ ରାସ୍ତା ଅଣଦେଖା ହୋଇ ପଡି ରହିଥିବାର ଦେଖାଯାଏ । ତା ମଧ୍ୟରୁ ୧୮ନଂ ଜାତୀୟ ରାଜପଥ ରୁ ମହାତ୍ମା ଗାନ୍ଧି କଲେଜ ପାର୍ଶ୍ଵ ଦେଇ ଡ଼ାହିବାଡି ପର୍ଯନ୍ତ ଦୁଇ ଶହ ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡି ଥିବାର ଦେଖିବାକୁ ମିଳିଛି। ଏହି ରାସ୍ତାଟି ବୈଶିଙ୍ଗା -ରୁପ୍ସା ରାଜ୍ୟ ରାଜପଥକୁ ମହୁରୀ ଠାରେ ସଂଯୋଗ କରୁଥିବାରୁ ସାଧାରଣ ଲୋକଙ୍କ ଯାତାୟତ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା ସହିତ ରାସ୍ତା ପାର୍ଶ୍ଵରେ ଡାହିବାଡି ସାପ୍ତାହିକି ହାଟ ଅବସ୍ଥିତ ଥିବାରୁ ବହୁ ବ୍ୟବସାୟୀ ଙ୍କ ଯାତାୟତ ରେ ବାଧା ସୃଷ୍ଟି ହେବା ସହିତ ସେମାନେ ଦୁଇ କି.ମି. ରାସ୍ତା ବୁଲି ବୈଶିଙ୍ଗା ହୋଇ ହାଟକୁ ଯାଉଛନ୍ତି। ଗତବର୍ଷ ଏହି ବର୍ଷାଋତୁ ସମୟରେ ମିଡିଆ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିବା ପରେ ପଞ୍ଚାୟତ ତରଫରୁ ଅଳ୍ପ କିଛି ମୋରମ ପକାଇ ଚଳପ୍ରଚଳ ରେ ସୁବିଧା କରାଯାଇଥିଲା। ମାତ୍ର ଚଳିତବର୍ଷ ପୁଣି ବର୍ଷାଋତୁ ଆସି ଯିବା ପରେ ରାସ୍ତାର ପୂର୍ବାବସ୍ଥା ଫେରି ପାଇଛି , ଯେଉଁ କାଦୁଅ କୁ ସେହି କାଦୁଅ ପାଲଟିଯାଇଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଯତ୍ନବାନ ହେବାକୁ ଦାବୀ ହେଉଛି।

Nalco
Leave A Reply