Odisha news

ଜ୍ଞାନ ଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ

0

ଆଠଗଡ଼ ତା ୮/୭/୨୨ ଆଠଗଡ଼ ବ୍ଲକ ଅନ୍ତର୍ଗତ ସର୍ପେଶ୍ୱର ବିଦ୍ୟାପିଠ ଓ ବିଶେଶ୍ୱର ହାଇସ୍କୁଲ ର ବଳରାମ ପୁର ଆନୁକୁଲ୍ୟରେ କଟକିଆ ସାହି,ମେଘା, ଅନନ୍ତ ପୁର, ନଦୀକୂଳ ଅଞ୍ଚଳରେ ଗତ ଦଶମ ଶ୍ରେଣୀ ପରିକ୍ଷାରେA1,B1,B2 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା  ୪୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ  ହରିବାବା ଛାତ୍ର ମଙ୍ଗଳ ଦାତବ୍ୟ ସଂସ୍ଥା ପକ୍ଷରୁ ଜ୍ଞାନ ଜ୍ୟୋତି ପ୍ରତିଭା ସମ୍ମାନୀତ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଂସ୍ଥାର ମୁଖ୍ୟ ଉପଦେଷ୍ଟା ସାଧୁ ଗଦାଧର ଦାସ ଙ୍କ ପୃଷ୍ଠପୋଷକ ରେ ଶିକ୍ଷାବିତ୍ ଶ୍ୟାମସୁନ୍ଦର ବାରିକ ସଭାପତିତ୍ବ କରିଥିଲେ। ଏବଂ ଏହି ସଭାକୁ ସାଧାରଣ ସମ୍ପାଦକ ଶୂତିଧର ପ୍ରଧାନ ସଂଯୋଜନା କରିଥିଲେ । ଅନୁଷ୍ଠାନ ର କର୍ମକର୍ତ୍ତା ଶିକ୍ଷାବିତ୍, ସୁରେଶ ଚନ୍ଦ୍ର ପଣ୍ଡା, ରାଜକିଶୋର ପଣ୍ଡା, ବିଷ୍ଣୁ ଚରଣ ସାହୁ, ଫକୀର ଚରଣ ପାଣି,ଓ ପ୍ରଧାନ ଶିକ୍ଷୟିତ୍ରୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ନଦୀ କୂଳ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି, ଆଦର୍ଶ ସମାଜ ଓ ଜାତି ଗଠନ ଦିଗରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଆଉମଧ୍ୟ ମହିମା ସ୍ୱାମୀ ଙ୍କ ଉଦ୍ଦେଶ୍ୟରେ ବନବିହାରୀ ଦାସ, ଗଣେଶ୍ୱର ସାହୁ,ଓ ଜିତେନ୍ଦ୍ର ନାଥ ମହାନ୍ତି ଭକ୍ତି ପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ। ଶେଷରେ ସଂସ୍ଥାର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ଧରଣୀଧର ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply