Odisha news

ବିଭିନ୍ନ ଶୈବ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ଜଳ ଢାଳିଲେ କାୱାଡ଼ିଆ

0

ଜମନକିରା,୮/୮ ଜମନକିରା ବ୍ଲକର ବିଭିନ୍ନ ଶୈବ ପୀଠ ଶ୍ରାବଣର ଶେଷ ସୋମବାର ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସହ କାଉଡ଼ିଆ ମାନେ ପ୍ରଭୁଙ୍କ ଲିଙ୍ଗରେ ଜଳାଭିଷେକ କରାଯାଇଥିବା ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଶ୍ରାବଣ ମାସର ଶେଷ ସୋମବାରରେ ଭକ୍ତ ପହିଲା ରାତ୍ରୀରୁ ଜଳ ଉଠାଇ ବୋଲ ବମ୍ ନାରା ଦେଇ ବିଭିନ୍ନ ମନ୍ଦିରକୁ ଆଗମନ କରିଥିଲେ। ଭକ୍ତଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ବିଶ୍ରାମ କରିବା ପାଇଁ ରାତ୍ରି ସାରା ଲୋକେ ଚା ଜଳଖିଆ, ଅନ୍ନଭୋଗର ବ୍ୟବସ୍ଥା କରଯାଇଥିଲା। ସୋମବାର ସକାଳୁ ଭକ୍ତ, କାଉଡ଼ିଆ ଜଳ ଢାଳିବା ପରେ ପ୍ରସାଦ ସେବନ କରି ଘର ଫେରିଥିବା ଦେଖିବାକୁ ମିଳିଥିଲା। ଜମନକିରା ବାବା ମୁକ୍ତେଶ୍ଵର, ଡିମିରିମୁଣ୍ଡା ର ଶଗଡେଶ୍ୱର, ଫାଶିମାଲର ଦେଓ ଗାଁ, ବଡ଼ମାଳ ଟନସରା, କେନାଢିପା, ଡେଙ୍ଗସାର୍ଗି, ଖଡିଆପାଲି, ବାଳିମାଲ, ରେଙ୍ଗାଲବେଡା ଭଳି ଅନେକ ଶିବ ମନ୍ଦିରରେ ଭକ୍ତଙ୍କ ଅହରହ ଭିଡ ଦେଖିବାକୁ ମିଳିଥିଲା।

Nalco
Leave A Reply