Odisha news

ଧାନ ମଣ୍ତି ପାଇଁ ସଚେତନତା ପ୍ରଚାର ରଥ ଉଦଘାଟିତ

0
ଆଠଗଡ :  ଗୁରୁବାର ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ଏକ ରଥକୁ ତହସିଲଦାର କ୍ଷେତ୍ରମୋହନ ସ୍ବାଇଁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ବିଭିନ୍ନ ପଞ୍ଚାୟତ ବୁଲି ଚାଷୀମାନଙ୍କୁ ସଚେତନତା କରାଇବ । ଧାନରେ ଆଦ୍ରତା ଅଧିକ ଥିଲେ ଧାନକୁ ଭଲ ଭାବରେ ଶୁଖାଇବା ଆବଶ୍ୟକ ଏବଂ ଶୁଖାଇବା ସମୟରେ ଧାନକୁ ଉପର ତଳକୁ କରିବାକୁ ପଡିବ। ଅଧିକ ପରିମାଣର ଅଜୈବିକ ପଦାର୍ଥ ଥିଲେ ଧାନକୁ ଭଲଭାବରେ ଶୁଖାଇ ଉଡାଇବା ଏବଂ  ପାଛୋଡିବାକୁ ପଡିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମଧୁସ୍ମିତା ବିଶି, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ବାଇଁ ଓ ସମରେନ୍ଦ୍ର ଭଟ୍ଟ, ବରିଷ୍ଠ ସହକାରୀ ନିବଦ୍ଦକ ସମବାୟ ସମିତି ସମୁହ ବିଜେନ୍ଦ୍ର କୁମାର ମହାନ୍ତି ଓ ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply