ଆଠଗଡ଼ ତା୨୪ -୪-୨୪ ଆଗାମୀ ୨୦୨୪ ନୀର୍ବାଚନ କୁ ଆଖି ଆଗରେ ରଖି ଯେଉଁ ଭଳି ଭାବରେ କେନ୍ଦ୍ର ସରକାର ଚକ୍ରାନ୍ତ କରି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କୁ ଗିରଫ କରି ଜେଲ ପଠାଇଛନ୍ତି ତାହାର ପ୍ରକୃତ ଉଦ୍ଦେଶ୍ୟ ସାଧାରଣ ଜନତା ଜାଣିସାରିଲେଣି। ରାଜ୍ୟରେ ବିଜେପି , କଂଗ୍ରେସ ନିଜର ସ୍ଥିତି ପାଇଁ ସଂଗ୍ରାମ କରୁଥିବାବେଳେ ବିଜେଡି ର ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଜନତାଙ୍କ ଏକମାତ୍ର ଭରସା ଯୋଗ୍ୟ ଦଳ ହେଉଛି ଆମ୍ ଆଦମୀ ପାର୍ଟି। ଆଗାମୀ ନୀର୍ବାଚନ ରେ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ନିଜର ସ୍ଥିତି ଜାହିର କରିବା ସହ ଶିକ୍ଷା, ସ୍ୱାସ୍ଥ୍ୟ,ବିଜୁଳି ରୋଜଗାର ଭଳି ମୁଦ୍ଦା କୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ସହିତ ଆଠଗଡ ନୀର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟା କରିବ ବୋଲି ଆଠଗଡ଼ ବିଧାନସଭା ପାଇଁ ଆପର ବିଧାୟକ ପ୍ରାର୍ଥୀ ଦେବୀପ୍ରସାଦ ମହାପାତ୍ର ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।