ଆଠଗଡ଼ ତା ୨୧-୦୩-୨୪ ଗତ ଦୁଇ ଦିନ ଧରି ଆଠଗଡ ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ପନିପରିବା ଏବଂ ଡାଲି ଜାତୀୟ ଫସଲ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି। ବିଶେଷ କରି ବର୍ତ୍ତମାନ ମୁଗ ଏବଂ ବିରି ର ଅମଳ ସମୟ ହୋଇ ଥିବା ଯୋଗୁଁ ଚାଷୀ ମାନେ ବର୍ଷା ପୂର୍ବ ରୁ ତରବରିଆ ଭାବରେ ଉପାଡ଼ି ଥିବା ଫସଲ ଗଦାକୁ ରଖିଥିବା ବେଳେ ଛିଣ୍ଡା ଜରି ପାଲ ରେ ଘୋଡ଼ାଇ ରଖୁଥିବା ଦେଖିବାକୁ ମିଳିଛି।ଗତ ସପ୍ତାହରେ ଆଠଗଡ଼ ଆଖ ପାଖରେ କୁଆପଥର ବର୍ଷାରେ ଡାଲି ଜାତୀୟ ଶସ୍ୟ ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ଅଦିନିଆ ବର୍ଷା ବେଡି ଉପରେ କୋରଡ଼ା ଭଳି ହୋଇଛି। ଡାଲି ଜାତୀୟ ଶସ୍ୟ ବ୍ୟତୀତ ରବି ଋତୁରେ ହୋଇ ଥିବା ପରିଵା ଫସଲ ର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି।ଶୀତଦିନିଆ ପରିବା ଭାବରେ ବାଇଗଣ, ଝୁଡୁଙ୍ଗ,କଲରା, ବିଲାତି ବାଇଗଣ, ଲଙ୍କା,ବନ୍ଧାକୋବି, ଭେଣ୍ଡି ଜହ୍ନି ଆଦି ପରିବା ଫସଲ ସବୁ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଆଠଗଡ଼ ଅଞ୍ଚଳ ର ସାତଗଡ ଦାଣ୍ଡି ର ସମସରପୁର, ଜେନା ପଦା,ସଠିଲୋ, ଇଚ୍ଛାପୁର,ଦୋରଡ,କୁଲାଇଲୋ, ଯୋରନ୍ଦା,ମହାକାଳବସ୍ତ, ଆଦି ପଞ୍ଚାୟତ ର ଶତାଧିକ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣ ରେ ଦାବି ହେଉଛି।