ଆଠଗଡ଼ ତା ୦୫-୦୩-୨୪ ଆଠଗଡ଼ ମହୋତ୍ସବ ପଡ଼ିଆରେ ବିଜୁ ପଟ୍ଟନାୟକ ଙ୍କ ୧୦୮ ତମ ଜୟନ୍ତୀ ସହିତ ଲୋକସେବା ଦିବସ ଆଠଗଡ଼ ବିଜେଡି ପକ୍ଷରୁ ପାଳିତ ହୋଇ ଯାଇଛି। ଏହି ଅବସରରେ ଆଠଗଡ଼ ର ତିନୋଟି ଜିଲ୍ଲା ପରିଷଦ ଜୋନ୍ ଏବଂ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜେଡି କର୍ମୀ ମାନଙ୍କ ର ଏକ ସାଇକେଲ ଶୋଭାଯାତ୍ରା ଆଠଗଡ଼ ର ବିଭିନ୍ନ ଅଞ୍ଚଳ ରୁ ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚି ଥିଲା। ଏହି ଅବସରରେ ଆୟୋଜିତ ଏକ ସ୍ମୃତି ଚାରଣ ସଭା ରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତିଗିରିଆ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ଅଜୟ ସ୍ବାଇଁ,ଖୁଣ୍ଟୁଣୀ ମହାବିଦ୍ୟାଳୟ ର ଇତିହାସ ବିଭାଗର ଅଧ୍ୟାପକ ମନୋରଞ୍ଜନ ମହାନ୍ତି ପ୍ରମୁଖ ବିଜୁ ବାବୁ ଙ୍କ ସ୍ମୃତି ଚାରଣ କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ଅନ୍ୟାନ୍ୟ ଛାମୁଆ ନେତା ମାନେ ଉପସ୍ଥିତ ଥିଲେ। ସକାଳୁ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ରାଧା ବଲ୍ଲଭ ପୁର ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ୧୦୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା।