ଆଠଗଡ଼ ତା ୦୨-୦୩-୨୪ ଆଜି ସକାଳ ସମୟରେ କଇଥଛକ ମୁଣ୍ଡଳୀ ରାସ୍ତା କନ୍ଦରପୁର ଶବର ସାହି ନିକଟରେ ଅଜଣା ଗାଡ଼ି ଧକ୍କାରେ ଗୋଟିଏ ହରିଣର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ମାଈ ହରିଣର ବୟସ ପାଖାପାଖି ଦୁଇ ବର୍ଷ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ସକାଳ ସାଢ଼େ ସାତଟା ସମୟରେ ଗାଡ଼ି ଧକ୍କାରେ ହରିଣ ଟି ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ବନବିଭାଗ କୁ ଯୋଗାଯୋଗ କରିଵା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ବିଭାଗୀୟ ଅଧିକାରୀ ଫୋନ୍ ଉଠାଇ ନ ଥିବା ଯୋଗୁଁ ଠିକ୍ ସମୟରେ ହରିଣ ଟି ର ଚିକିତ୍ସା ହୋଇ ପାରି ନ ଥିଲା ତେଣୁ ରାସ୍ତା ଉପରେ ଛଟପଟ ହୋଇ ହରିଣର ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି। ନଅଟା ସମୟରେ ଖବର ପାଇ ଆଠଗଡ଼ ବନାଞ୍ଚଳ ର ଫରେଷ୍ଟର ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣ କୁ ଉଦ୍ଧାର କରି ଆଠଗଡ଼ ପ୍ରାଣୀ ଚିକିତ୍ସାଳୟକୁ ଆଣି ଥିବା ଏବଂ ପୋଷ୍ଟମର୍ଟମ ପରେ ବୌଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ପୋତି ଦେଇଥିବା ଜଣାପଡିଛି।