ଆଠଗଡ଼ ତା ୧୫-୦୨-୨ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏହି ବିବାଦ ଲାଗିରହିଥିବା ବେଳେ ବୁଧବାର ଦିନ ଏହା ଉଗ୍ର ରୂପ ନେଇଥିଲା। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପତିଆରା ସହିତ ଠିକାଦାରୀ କୁ ନେଇ ଚାଲିଥିବା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ଖୁଣ୍ଟୁଣୀ ଥାନା ରେ ୧୦ ରୁ ଉର୍ଦ୍ଧ୍ବ ଅଭିଯୋଗ ହୋଇଛି। ଖୁଣ୍ଟୁଣୀ ପୋଲିସ ର ଅବହେଳା କାରଣରୁ ସେହି ଅଭିଯୋଗ ଗୁଡ଼ିକ ର ସଠିକ୍ ସମାଧାନ ହେବା ପରିବର୍ତ୍ତେ କ୍ରମଶଃ ଉଗ୍ର ରୂପ ନେଇଥିଲା।ଯାହାର ପରିଣାମ ଗତକାଲି ର ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି। ଗତକାଲି ଆଠଗଡ଼ ବ୍ଲକ କୁଲାଇଲୋ ପଞ୍ଚାୟତ ର ରାଧାକୃଷ୍ଣ ପୁର ରେ ଏକ ସାଧାରଣ ଘଟଣା ରୁ ହତ୍ୟାକାଣ୍ଡ ଏବଂ ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ପୋଡ଼ି ଭଳି ଅଭାବନୀୟ ଘଟଣା ଘଟିଗଲା। ଗତ କାଲି ର ଘଟଣା ପରେ ରଞ୍ଜନ କୁମାର ରଣା ଙ୍କ ଏତଲା କୁ ଭିତ୍ତି କରି ଖୁଣ୍ଟୁଣୀ ପୋଲିସ ପକ୍ଷରୁ କେସ ନଂ ୩୭/୨୪ ଆଧାରରେ ତିନି ଜଣ ଙ୍କୁ ଅଟକ ରଖା ଯାଇଥିବା ଜଣାପଡିଛି। ଘଟଣା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରା ଯାଇଛି। ଆତ୍ମସମର୍ପଣ କରିଥିବା ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିରାକାର ସ୍ବାଇଁ, ଙ୍କ ସହିତ ଶ୍ରୀନିବାସ ସ୍ବାଇଁ ଏବଂ ଅରବିନ୍ଦ ସ୍ବାଇଁ ଙ୍କୁ ଅଟକ ରଖି ପଚରାଉଚରା କରା ଯାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି। ଘଟଣା ପରେ ନିରାକାର ସ୍ବାଇଁ ଙ୍କ ପରିବାର ର ଚାରି ଜଣ ମହିଳା ଙ୍କ ସହିତ ଚାରି ଜଣ ନାବାଳକଙ୍କୁ ପୋଲିସ ପକ୍ଷରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି। ଅଟକ ତିନି ଅଭିଯୁକ୍ତ ଙ୍କ ବ୍ୟତୀତ କାବୁଲି ସ୍ବାଇଁ, ଅମୂଲ୍ୟ ସ୍ବାଇଁ, ଗଣେଶ୍ୱର ସ୍ଵାଇଁ,ଅଭୟ ସ୍ବାଇଁ, ସୁଧୀର ନାୟକ, ଦିଲ୍ଲୀପ ନାୟକ, ବୀରବର ନାୟକ, ଙ୍କ ସହିତ ଅନ୍ୟାନ୍ୟ ଦଶଜଣ ଙ୍କ ନାମରେ ଅଭିଯୋଗ ହୋଇଛି। ଗତ ମାସେ ତଳେ ମେଗା ପାନୀୟ ଜଳ ପ୍ରକଳ୍ପ ର ପାଇପ୍ କାମ ଠିକାଦାରୀ କୁ ନେଇ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତି ରେ ଗ୍ରାମ ରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରା ଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଆଜି ମୃତ ସୁଶାନ୍ତ ଙ୍କ ଶବ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ଆଜି ଗ୍ରାମ ଶ୍ମଶାନରେ ସତ୍କାର କରା ଯାଇଥିବା ଜଣାପଡିଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟାକାଣ୍ଡ ର ଅନ୍ୟାନ୍ୟ ଦିଗ ବାବଦରେ ତଦନ୍ତ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।