ଅଂଶୁମାନଙ୍କ ଇସ୍ତଫା ପରେ ରାଜନଗର ରାଜନୀତି ଉଷ୍ମ : ଅଂଶୁମାନଙ୍କ ସାଥିରେ ଯିବେନି ଅଧିକାଂଶ କଂଗ୍ରେସ କର୍ମୀ
ବିଜେଡିରେ ମିଶିବା ଚର୍ଚ୍ଚ। ଭିତରେ ବିଜେଡି କର୍ମୀଙ୍କ ବିରୋଧ
ରାଜନଗର ୧୫/୨ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜନଗର ରାଜନୀତି ଉଷ୍ମ ହୋଇପଡିଛି। ଇସ୍ତଫାର ୪୮ ଘଂଟା ପରେବି ଅଂଶୁମାନ କେଉ ଦଳକୁ ଯିବେ ତାର ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ବିଜେଡିକୁ ଯିବା ଏକପ୍ରକାର ନିଶ୍ଚିତ ବୋଲି ଚାରିଆଡ଼େ ଚର୍ଚ୍ଚ। ଚାଲିଛି। ଅଂଶୁମାନ ଇସ୍ତଫା ଦେବା ପରେ ତାଙ୍କର ଅନୁଗତମାନେ ଆଜି ପଂଚାୟତସ୍ତରୀୟ ନେତୃବୃନ୍ଦଙ୍କ ନିକଟରେ ପହଁଚି ସମୂହ ଇସ୍ତଫା ଦରଖାସ୍ତରେ ଦସ୍ତଖତ କରାଇଛନ୍ତି। ଏହି ଇସ୍ତଫା ଦସ୍ତଖତ ଅଭିଯାନ ବେଳେ ପଟ୍ଟାମୁଣ୍ଡାଇରେ ଅଂଶୁମାନଙ୍କୁ ଅଧିକ ବିରୋଧର ଶିକାର ହେବାକୁ ପଡିଥିବା ବେଳେ ରାଜନଗରରେ ମଧ୍ୟ କିଛି ପଂଚାୟତରେ ପଂଚାୟତସ୍ତରୀୟ ନେତା କଂଗ୍ରେସରେ ରହିବେ ବୋଲି ରୋକଠୋକ ଶୁଣାଇ ଦେଇଥିବା ଜଣାପଡିଛି। ତମ ନିଜ ପାଇଁ ତୁମେ ଯାଉଛ, ଆମେ କଂଗ୍ରେସରେ ଅଛୁ, କଂଗ୍ରେସରେ ରହିବୁ ବୋଲି କହିବା ପରେ ଅଂଶୁମାନ ଅଡ଼ୁଆରେ ପଡିଥିଲେ। ସେପଟେରେ ବିଜୁ ଜନତା ଦଳରେ ମିଶିବା ଚର୍ଚ୍ଚ। ବଢୁଥିବାରୁ ବିଜେଡିର କର୍ମୀ, ପଂଚାୟତସ୍ତରୀୟ ନେତା, ଏପରିକି ବ୍ଲକସ୍ତରୀୟ ନେତା ଖୋଲାଖୋଲି ଅଂଶୁମାନଙ୍କୁ ବିରୋଧ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଭାଷଣ ମାରୁଥିବା ପରିବାରକୁ ବିଜେଡିରେ ମିଶ୍ରଣକୁ ବିଜେଡି କର୍ମୀ ବିରୋଧ କରିବା ଅଂଶୁମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।
ଅଂଶୁମାନ ମହାନ୍ତି କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବା ପରଠୁଁ ନିଜ ମୋବାଇଲ ସୁଇଚ୍ଅଫ୍ ରଖିଥିବା ବେଳେ ତାଙ୍କ ଅନୁଗତମାନେ ଅଂଶୁମାନ କେଉଁ ଦଳକୁ ଯିବେ, ସେ ନେଇ ମୁହଁ ଖୋଲୁନାହାଁନ୍ତି। ଆଜି ତାଙ୍କର ଅନୁଗତମାନେ ସମୂହ ଇସ୍ତଫା ଦେଉଥିବା ଲେଖାଥିବା ଦରଖାସ୍ତ ଧରି ପଂଚାୟତ ସଭାପତି, ଆଗଧାଡିର କର୍ମୀଙ୍କ ପାଖରେ ପହଁଛି ଦସ୍ତଖତ ମାରିବାକୁ କହିଥିଲେ। ରାଜନଗରରେ କିଛି ପଂଚାୟତରେ କର୍ମୀମାନେ ଇସ୍ତଫା ଦରଖାସ୍ତରେ ଦସ୍ତଖତ କରିନଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟିରେ ଅଧିକାଂଶ ସ୍ଥାନରେ ଅଂଶୁମାନଙ୍କୁ ବିରୋଧ କରାଯାଇଥିବା ସୂଚନା ମିଳିଛି । ଆମେ କଂଗ୍ରେସରେ ଥିଲୁ, ଅଂଶୁମାନ ଆସି ମିଶିଥିଲେ, ଆମେ କଂଗ୍ରେସରେ ଅଛୁ, ରହିବୁବୋଲି କର୍ମୀ ମାନେ କହିଛନ୍ତି । କଂଗ୍ରେସର ପିସିସି ସଭ୍ୟ ମଳୟ କୁମାର ଦାସ, ପଟ୍ଟାମୁଣ୍ଡାଇ ନଗର ସଭାପତି ଅମୂଲ୍ୟ ପ୍ରଧାନ, ବରିଷ୍ଠ ନେତା ହରେକୃଷ୍ଣ ମଲ୍ଲିକ, ପ୍ରମୁଖ ଆଗଧାଡିର ନେତାମାନେ କଂଗ୍ରେସ ଛାଡିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିବା ଜଣାପଡିଛି। ଗତ ପଂଚାୟତ ନିର୍ବ।ଚନରେ ମାତ୍ର ୪୪ହଜାର ଭୋଟ ପାଇଥିବା କଂଗ୍ରେସର ଅଧାରୁ ଅଧିକ କର୍ମୀ କଂଗ୍ରେସ ଛାଡିବେ ନାହିଁ ବୋଲି କହିବା ପରେ ଅଂଶୁମାନ ନିଜ ସଂପର୍କରେ ରାଜ୍ୟ ନେତୃବୃନ୍ଦଙ୍କୁ ଜଣାଇଥିବା କଥା ରେ ବେତିକ୍ରମ ଦେଖା ଦେଇଛି।
ଅନ୍ୟପକ୍ଷରେ ରାଜନଗର ବିଧାୟକ ୨୦୧୪ରେ ନିର୍ବ।ଚନ ଲଢି ମାତ୍ର ୫ହଜାର ଭୋଟରେ ପରାଜିତ ହୋଇଥିଲେ। ଏହା ପରଠୁଁ ଅନୁଷ୍ଠିତ ସମସ୍ତ ନିର୍ବ।ଚନରେ ବିଜେଡି ଭଲ ପ୍ରଦର୍ଶନ କରିଛି। ରାଜନଗର ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ସମେତ ପଟ୍ଟାମୁଣ୍ଡାଇ ପୌରପରିଷଦ ଧ୍ରୁବଙ୍କ ନେତୃତ୍ବରେ ଗଠନ ହୋଇଛି। ଧ୍ରୁବ ଙ୍କ ସାଂଗଠାନିକ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି।ଜିଲ୍ଲାର ଏକମାତ୍ର ବିଧାୟକ ଯେ କି ମାସର ଅର୍ଦ୍ଧାଧିକ ଦିନ ଅଂଚଳରେ ଲୋକଙ୍କ ସୁଖ ଦୁଖରେ ସାମିଲ ଅଛନ୍ତି। ଆମ ସୁଖ ଦୁଖରେ ସାମିଲ ଥିବା ବିଧାୟକଙ୍କ ସହ ଆମେ ରହିବୁ। ଆମେ ପରିଶ୍ରମ କରି ସଂଗଠନ କରିଛୁ । ଆମର ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିରୁଦ୍ଧରେ କହିଥିବା ଅଂଶୁମାନ ମହାନ୍ତି ଙ୍କୁ ଆମେ ଗ୍ରହଣ କରିପାରିବୁ ନାହିଁ ବୋଲି ବରିଷ୍ଠ ବିଜେଡିନେତା ଲକ୍ଷ୍ମୀଧର ବାରିକ, ପଂଚାୟତ ସମିତି ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ ପ୍ରମୁଖ କହିଛନ୍ତି। କେବଳ ଗଣେଷ କି ଲକ୍ଷ୍ମୀଧର ନୁହଁନ୍ତି ବିଜେଡିରେ ଅଂଶୁମାନଙ୍କୁ ନେଇ ତୀବ୍ର ବିରୋଧାଭାଷ ସୃଷ୍ଟି ହୋଇଛି। ଯଦି ରାଜ୍ୟ ନେତୃତ୍ୱ ଆମ ମାନଙ୍କ ପରାମର୍ଶ ନ ନେଇ ଆମ ଉପରେ ନେତା ଲଦିଦିଅନ୍ତି ତେବେ ଭବିଷ୍ୟତ ପାଇଁ ଉତ୍ତର ଦାୟୀ ରହିବେ ଅନେକ ମତ ଦେଇଛନ୍ତି।