Odisha news

ରାଜନଗରରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

0
ରାଜନଗର ,୧୫/୨ ରାଜନଗର ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ରାଜନଗର ପଂଚାୟତ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଂଚ ସୁଶ୍ରୀ ସଂଗୀତା ମିଶ୍ରଙ୍କ ସଭାପତିତ୍ବ ଓ ଯୁବ ସମାଜସେବୀ ପବିତ୍ର ମୋହନ ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ, କବି ଅଭିରାମ ସାହୁ, ବ୍ଲକ ବିଜୁ ଜନତା ଦଳ ସଭାପତି ନିରଂଜନ ରାଉତ, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ମନୋଜ କୁମାର ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖ୍ୟ କାର୍ଯ୍ୟକ୍ରମ ସଂପର୍କରେ ବକ୍ତବ୍ୟ ରଖିବା ସହ ରାଜନଗର ପଂଚାୟତରେ ବିଭିନ୍ନ ଉନ୍ନତୀମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ପଂଚାୟତର ପୂର୍ବତନ ସରପଂଚ ସୁରେନ୍ଦ୍ର କୁମାର ମହାପାତ୍ର, ପ୍ରଭାତ ଚନ୍ଦ୍ର ମିଶ୍ର, ରତ୍ନପ୍ରଭା ସାହୁ, ନିରୁପମା ଦାସ, ବିଶିଷ୍ଟ ଶିକ୍ଷାବିତ୍‌ ଭାବେ ବନମାଳି ମିଶ୍ର, ବୈକୁଣ୍ଠ ବିହାରୀ ନାୟକ, ଅଭିରାମ ପତି, ରବି ନାରାୟଣ ମିଶ୍ର, କନକଲତା ମିଶ୍ର, ଅଶ୍ବିନୀ ମିଶ୍ର, ବରିଷ୍ଠ ନାଗରିକ ଭାବେ କୃଷ୍ଣଚନ୍ଦ୍ର ବଳ, କାଙ୍ଗାଳି ଚରଣ ସାହୁ, ନୀଳମଣି ସାହୁ, ଜୟୀରାମ ସେଠୀ, ଶ୍ରେଷ୍ଠ କୃଷକ ଭାବେ ପର୍ଶୁରାମ ଦାସ, ଅକ୍ଷୟ ମଳିକ, କାଙ୍ଗାଳି ପ୍ରଧାନ, ପ୍ରଫୁଲ ଦାସ, ଖଗେଶ୍ବର ସେଠୀ, ଯୁବ ସମାଜସେବୀ ଭାବେ ଅଧ୍ୟାପକ ସଂଜୟ କୁମାର ବାଗ, ସାହିତିୟକ ଭାବେ କବି ଅଭିରାମ ସାହୁ, କବି ରତ୍ନାକର ନାୟକ, କବି ଭାବନୀ ପ୍ରସାଦ ମହାପାତ୍ର, ଆଇନଜିବୀ ଭାବେ ମହେଶ୍ବର ସେଠୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମାନସୀ ସ୍ୱାଇଁ, ପ୍ରଭାତୀ ସାହୁ, ସୁଜାତା ସେଠୀ, ଭାରତୀ ସାମଲ, ସରସ୍ୱତୀ ବିଶ୍ବାଳଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଭଲ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପଂଚାୟତ ନିର୍ବ।ହୀ ଅଧିକାରୀ ବିଜୟ କୁମାର ସେଠୀ, ନାଏବ ସରପଂଚ ବାଇଧର ସେଠୀ, ଜିଆରଏସ ଇତିଶ୍ରୀ ମିଶ୍ର, ଉମେଶ ଚନ୍ଦ୍ର ଦାସ, ପର୍ଶୁରାମ ଦାସ, ଭିକାରୀ ବଳ, ନିତ୍ୟାନନ୍ଦ ସେଠୀ, ଛଇଳା ସେଠୀ, ବାସୁଦେବ ସାହୁ, ପଂଚାନନ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ଇଶ୍ବରପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରପଂଚ ସୁରେଖା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ଶିବିରରେ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ, ସମିତିସଭ୍ୟା ଶଶିକଳା ବେହେରା, କନିଷ୍ଠଯନ୍ତ୍ରୀ ପ୍ରଭାତ ଚନ୍ଦ୍ର ମାଝି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ସଂପର୍କରେ ଲୋକମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମକୁ ଶୁଭ୍ରକା‘ ଭ୍ରମରରାୟ ପରିଚାଳନା କରିଥିବା ବେଳେ  ଯୁବନେତା ମୋହନ ଚନ୍ଦ୍ର ବିଶ୍ବାଳ, ଜିତେନ୍ଦ୍ର ବିଶ୍ବାଳ, ରାଜେନ୍ଦ୍ର ବିଶ୍ବାଳ, ନରହରି ବେହେରା, ରାଜୀବ ପାଲ, ନିର୍ମ।ଲ୍ୟ ମାନ୍ନା, ମାନସ ମଣ୍ଡଳ, ହୃଷିକେଶ ପ୍ରଧାନ, ରଘୁନାଥ ପ୍ରଧାନ, ସୋମନାଥ ସେଠୀ, ବାସୁଦେବ ବାରିକ, ଜଗନ୍ନାଥ ବେହେରା, ସୁବାସ ସାମଲଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଧାନ ଚନ୍ଦ୍ର କବି, ବିଶ୍ବନାଥ କବି, ରାଜେନ୍ଦ୍ର ଭ୍ରମରରାୟ, ଲକ୍ଷ୍ମୀଧର ପଲାଇ, ଲକ୍ଷ୍ମୀଧର ଲେଙ୍କା (ମରଣୋତର) ନିରଂଜନ ବାରିକ, ଶରତ ଦାସ, ବୈକୁଣ୍ଠ ବାରିକ, ରଘୁନାଥ ପ୍ରଧାନ, ମନି ଭୂୟାଁ, କୁଳମଣି ନାୟକ, ସୁବାସ ଦାସ, ବିରେନ ପାଳ, ଭରତ ଚନ୍ଦ୍‌ ଘଡାଇ, ଦୟାନିଧି ମହାକୁଡ, ମୌସୁମୀ ସାମଲ, ଜ୍ୟୋତି ରଂଜନ ବିଶ୍ବାଳ, କମଳାକା‘ ରାଉଳ, ମାନସ ପ୍ରଧାନ, ଭାରତୀ ବାରିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Nalco
Leave A Reply