ତିହିଡି, ୧୫/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ସିନେ୍ଦାଳ ପଞ୍ଚାୟତ ଘାଟିଆସାହି ଗାଁର ମା’ ବୀଣାପାଣି ପୂଜା କମିଟିର ସରସ୍ୱତୀ ପୂଜା ଉପଲକ୍ଷେ ୫୩ତମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ୧୫ ତାରିଖ ଦିନ ସିନେ୍ଦାଳ, ମଙ୍ଗଳପୁର ଓ କୋହ୍ଲ ପଞ୍ଚାୟତର ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ସଂଗୀତ, ନୃତ୍ୟ, ସାଧାରଣ ଜ୍ଞାନ, ମୁ୍ୟଜିକ୍ ଚେୟାର, କୁଇଜ୍ ଓ ବେଲୁନ୍ ଫୁଙ୍କା ପ୍ରତିଯୋଗିତା ସହିତ ଆଧ୍ୟାତ୍ମିକ, ସାଂସ୍କୃତିକ ସଂଗୀତ ଓ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତର୍କରେ “ରାଜନୈତିକ ପଶାପାଲିରେ ଧର୍ମ” ଶୀର୍ଷକରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ରଖିଥିଲେ । ବି·ରକଭାବେ ବିଭୁତି ଭୁଷଣ ସେନାପତି, ନୃସିଂହ ଚରଣ ମହାପାତ୍ର, ବିପ୍ଳବ ପୋହି, କୃପାସିନ୍ଧୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମୀକ୍ଷା କରିବା ସହିତ କୃତୀ ପ୍ରତିଯୋଗୀ ଚୟନ କରିଥିଲେ । ଅପରାହ୍ନରେ କମିଟିର ସଭାପତି ଲକ୍ଷ୍ମୀଧର ସେନାପତିଙ୍କ ସଂ·ଳନା ଓ ବିଭୁତି ଭୁଷଣ ସେନାପତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତି୍ୟକ ପୂର୍ବତନ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତାଭାବେ କୈଳାସ ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥିଭାବେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲଲାଟେନ୍ଦୁ ମହାନ୍ତି ଓ ଶିକ୍ଷାବିତ୍ ନୃସିଂହ ଚରଣ ମହାପାତ୍ର ପ୍ରମୁଖ ଯୋଗଦେଇ କମିଟି ତଥା ଗ୍ରାମବାସୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଥିଲା । ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କୃତୀ ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କାର ଓ ମାନପତ୍ର ପ୍ରଦାନ କରା ଯାଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା । ମା’ ବୀଣାପାଣି ପୂଜା କମିଟିର ସଭାପତି ଲକ୍ଷ୍ମୀଧର ସେନାପତି, ସମ୍ପାଦକ ରବିନ୍ଦ୍ର ଦାସ, ତ୍ରିନାଥ ଦାସ, ପ୍ରତାପ ସେନାପତି, ପୂର୍ଣ୍ଣଚନ୍ଦ୍ର ଦାସ, ବିଶ୍ୱଜିତ୍ ନାୟକ, ବିକ୍ରମ ଦାସ, ପ୍ରଦିପ ବାରିକ, ଶୁସାନ୍ତ ଦାସ, ପ୍ରଦିପ ସେନାପତି, ଧନେଶ୍ୱର ଦାସ, ଜଗନ୍ନାଥ ଦାସ, ସୁରେନ୍ଦ୍ର ଦାସ ପ୍ରମୁଖ କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ପରି·ଳନା କରିଥିଲେ । ୧୬ ଓ ୧୭ ତାରିଖରେ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଥିବା ବେଳେ ୧୯ ତାରିଖ ସଂଧ୍ୟାରେ ପୂର୍ଣ୍ଣାହୂତି ଓ ମେଢ ବିସର୍ଜନ କାର୍ଯ୍ୟକ୍ରମ ରହିଛି ।