ତିହିଡି, ୧୫/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧିନ ପାଳିଆବିନ୍ଧାସ୍ଥିତ ବିରଞ୍ଚô ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ସର୍ବପ୍ରଥମ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ନୀହାର ରଂଜନ ଜେନାଙ୍କ ବିୟୋଗରେ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଗୁରୁବାର ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଜେନା ଇତିହାସ ବିଭାଗର କୃତି ପ୍ରାଧ୍ୟାପକ ଭାବେ ବ୍ୟାସନଗର କଲେଜରେ ଚାକିରୀ ଆରମ୍ଭ କରି ୧୯୯୪ରୁ ୧୯୯୯ ମସିହା ଯାଏ ପାଳିଆବିନ୍ଧା କଲେଜରେ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଥିଲେ । ଜଣେ କର୍ତ୍ତର୍ବ୍ୟପରାୟଣ, ସୁଦକ୍ଷ, ଅନୁଷ୍ଠାନ ପ୍ରେମୀ ଓ ସହୃଦୟ ମଣିଷ ଭାବେ ସେ ସବୁରି ପ୍ରିୟଭାଜନ ହୋଇ ପାରିଥିଲେ । ସେ ପାଳିଆବିନ୍ଧା କଲେଜରେ ଅଧ୍ୟକ୍ଷ ଥାଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରଥମ ପରୀକ୍ଷା ନିୟନ୍ତ୍ରକ ଭାବେ ଅବସ୍ଥାପିତ ହୋଇ ଓଡ଼ିଶାର ଶିକ୍ଷା ବିଭାଗରେ ଇତିହାସ ସୃଷ୍ଟି କରିଥିଲେ । ଗତ ଦୁଇମାସ ତଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ଆଘାତ ଭୋଗୀ ପ୍ରଥମେ କଟକ ଓ ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥାଇ ଗତ ବୁଧବାର ଅପରାହ୍ଣରେ ପରଲୋକ ଗମନ କରିଥିଲେ । ତାଙ୍କ ବିୟୋଗରେ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଡକ୍ଟର ସ୍ୱପ୍ନା ସାମନ୍ତଙ୍କ ପୌରୋହିତ୍ୟରେ ଓ ସମ୍ପାଦକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବାଗଙ୍କ ସଞ୍ଚାଳନାରେ ଆୟୋଜିତ ଶୋକସଭାରେ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଡକ୍ଟର ଚିନ୍ମୟୀ ସେନାପତି, ଅଧ୍ୟାପିକା ହୀରକଲତା ଦାଶ, ପଦ୍ମାଳୟା ଖଟୁଆ, ଅନୀତା ତ୍ରିପାଠୀ, ଡକ୍ଟର ସୁଜାତା ଗିରି, ବୈଷ୍ଣବ ମହାନ୍ତି, ଶୁଭଲଷ୍ମୀ କର, ଦୀପକ କୁମାର ପଣ୍ଡା, ମଞ୍ଜୁର ଅହମ୍ମଦ ଖାନ, ପ୍ରଦୀପ କୁମାର ମିଶ୍ର, ଭରତଚନ୍ଦ୍ର ପାତ୍ର, ରଘୁନାଥ ପଣ୍ଡା, ଭାଗିରଥି ଜେନା, ଦୀପକ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ପ୍ରଦାନ କରିଥିଲେ ।