ଆଠଗଡ଼ ତା ୩-୧୦-୨୩ ରାଜ୍ୟ ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଏହି ଜନସମ୍ପର୍କ ପଦଯାତ୍ରା ଚାଲୁରହିବ। ଏହି ପରିପ୍ରେକ୍ଷିରେ ମଙ୍ଗଳବାର ଦିନ କଖଡି ପଞ୍ଚାୟତ ର ହନୁମାନ ମନ୍ଦିର ଠାରୁ ଆରମ୍ଭ କରାଯାଇଥିଲା। ଆଠଗଡ଼ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଏବଂ ଯୁବ ସମାଜସେବୀ ଆଦିତ୍ୟ ପ୍ରତାପ ସ୍ଵାଇଁ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଛନ୍ତି। ସରକାର ଙ୍କ ର ଜନହିତକାରୀ ଯୋଜନା ପ୍ରତ୍ୟେକ ଘରର ଚୁଲି ମୁଣ୍ଡରେ ପହଞ୍ଚାଇବାକୁ ବକ୍ତା ମାନେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପଦଯାତ୍ରା କଖଡି ଠାରୁ ଆରମ୍ଭ ହୋଇ ମହାକାଳପଡ଼ା, ଘଣ୍ଟିଖାଲ, ଜେନାପୁର,ଧୂରୁଷିଆ,ବନ୍ଧହଟା, ବାଲିସାହି, କଟକିଆ ସାହି ଦେଇ ସର୍ପେଶ୍ୱର ମନ୍ଦିର ଠାରେ ଶେଷ ହୋଇଥିଲା। ପଦଯାତ୍ରା ରେ ଆଠଗଡ଼ ମହିଳା ବିଜେଡି ସଭାନେତ୍ରୀ ଶାନ୍ତି ଲତା ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡ଼ା, ମନ୍ତ୍ରୀ ଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ,ଯୁବ ବିଜେଡି ସଭାପତି ବିନୋଦ କୁମାର ମାଝି, ଛାତ୍ର ବିଜେଡ଼ି ସଭାପତି ସତ୍ୟ ପ୍ରିୟ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘ, ରାଜ୍ୟ ଜୈବିକ ବିହନ ସଂସ୍ଥା ର ନିର୍ଦେଶକ ନିରାକାର ଲେଙ୍କା, ଧୂରୁଷିଆ ସରପଞ୍ଚ ସଂଯୁକ୍ତା ପାଣି, ଘଣ୍ଟିଖାଲ ସରପଞ୍ଚ ସୁବାସ ଚନ୍ଦ୍ର ବିଶ୍ୱାଳ, ସମିତି ସଭ୍ଯା ରଞୁବାଳା ପ୍ରଧାନ, କଟକିଆ ସାହି ସରପଞ୍ଚ ମାନସୀ ରାଉତ, ଅନନ୍ତପୁର ସରପଞ୍ଚ ଶକ୍ତି କାନ୍ତ ସାହୁ, ତିନି ନଂ ଜୋନ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ଯ ସଭ୍ୟା ମାନେ ଜନସମ୍ପର୍କ ପଦଯାତ୍ରା ର ନେତୃତ୍ୱ ନେଇଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ଵ ଲୋକ ଭାଗନେଇଥିଲେ।