Odisha news

ଆଠଗଡ଼ ଥାନା ରୁ ଆସାମୀ ଫେରାର। ବୋମା ମାଡ଼ ଘଟଣା ରେ ଥିଲେ ଅଭିଯୁକ୍ତ

0
ଆଠଗଡ଼ ତା ୦୯-୦୯-୨୩  ଗତ ଅଗଷ୍ଟ ୯ ତାରିଖ ରେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅମୃତ ମଣୋହି ପାଟଣା ରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଏବଂ ବୋମା ମାଡ଼ ଘଟଣା ରେ ଅନ୍ୟତମ ଅଭିଯୁକ୍ତ ପୋଲିସ ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣା ରେ ଉଭୟ ପକ୍ଷ ଙ୍କ ତରଫ ରୁ ଦୁଇ ଟି ଏତଲା ଦାଏର ହୋଇଥିଲା।  ଶାନ୍ତି ଲତା ଜେନା ଙ୍କ ଏତଲା ଆଧାର ରେ ଆଠଗଡ଼ ଥାନା କେସ୍ ନମ୍ବର ୧୬୮/୨୩ ଏବଂ୧୬୯/୨୩ ଗୁଣନିଧି ଜେନା ଙ୍କ ଏତଲା ଆଧାର ରେ ପୋଲିସ ପୂର୍ବରୁ ଉଭୟ ପକ୍ଷ ର ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗତକାଲି ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା। ଆଜି ତାକୁ କୋର୍ଟ ଚାଲାଣ କରିବାକୁ ଥିବା ବେଳେ  ଭୋର୍ ସାଢେ଼ ପାଞ୍ଚ ଟା ସମୟରେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଶୌଚ ହେବାପାଇଁ କହି  କୋଶଳ କ୍ରମେ ଫେରାର ହୋଇ ଯାଇଥିବା ଜଣାପଡିଛି।ଏ ବାବଦରେ ଆଠଗଡ଼ ପୋଲିସ ପକ୍ଷରୁ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଙ୍କ ନେତୃତ୍ବରେ ତିନୋଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଥିଲା। ଫେରାର ହେବା ପରେ ବିରଞ୍ଚି ଅନ୍ୟତମ ଅଭିଯୁକ୍ତ ସତ୍ୟବାଦୀ ପ୍ରଧାନ ଓରଫ୍ ବାପି ସହିତ ଯୋଗାଯୋଗ କରି ତାଳଚେର ଅଞ୍ଚଳ କୁ ଫେରାର ହୋଇ ଯିବାକୁ ଯୋଜନା କରିଥିଲେ। ଖବର ପାଇ ପୋଲିସ ର ଏକ ଟିମ୍ ସପ୍ତଶଯ୍ୟା ଅଞ୍ଚଳ ର କମନିଙ୍ଗ ଗାଁରେ ଚଢାଉ କରିଥିଲେ। ଏହି ସମୟରେ ବିରଞ୍ଚି ସହିତ ଅନ୍ୟ ଜଣେ ଫେରାର ହୋଇ ଯାଇଥିବା ବେଳେ ଵାପି କୁ ପୋଲିସ ମାଡି ବସିଥିଲା। ପୋଲିସ ତାକୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକ୍ଷକ ରବିନ୍ଦ୍ର କୁମାର ମଲ୍ଲିକ ଏବଂ କଟକ ଜିଲ୍ଲା ଅତିରିକ୍ତ ଏସପି ଦେବଦତ୍ତ ବରାଳ ଘଟଣା ର ସମୀକ୍ଷା ସହିତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Nalco
Leave A Reply