ବାଲିଚନ୍ଦ୍ରପୁର, ୯ା୯ : ସୁଦୂର ଜାପାନରୁ ଆସିଥିବା ୧୯ଜଣିଆ ବୌଦ୍ଧ ପର୍ଯ୍ୟଟକଦଳ ଆଜି ବିଶ୍ୱପ୍ରସିଦ୍ଧ ବୋ÷ଦ୍ଧପୀଠ ଉଦୟଗିରି ଓ ରନôଗିରି ପରିଦର୍ଶନ କରିଛନ୍ତି । ପୂର୍ବାହ୍ନରେ ସେମାନେ ପ୍ରଥମେ ଉଦୟଗିରିଠାରେ ପହଂଚି ମାଧବପୁର ବୌଦ୍ଧ ମହାବିହାର, ମହାବିହାର ସମ୍ମୁଖଭାଗରେ ଥିବା ଇଟା ନିର୍ମିତ ମହାସ୍ତୁପ, ପଂଚରଥ ଶୈଳୀରେ ନିର୍ମିତ ସିଂହପ୍ରସ୍ଥ ବୌଦ୍ଧ ମହାବିହାର, ମହାକାଳ ମନ୍ଦିର ଏବଂ ଚୈତଗୃହସ୍ତୂପ ପରିମଣ୍ଡଳ ବୁଲି ଦେଖିଥିଲେ । ଅଢ଼େଇ ହଜାର ବର୍ଷ ତଳର ଏହି ଗୋ÷ରବମୟ ବୌଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜି ସେମାନଙ୍କୁ ଅବିଭୂତ କରିଛି ବୋଲି କହିଥିଲେ ଜାପାନୀ ପର୍ଯ୍ୟଟକ ଦଳର ଜଣେ ଡାକ୍ତରୀ ଛାତ୍ରୀ ତୋମୋ । ଉଦୟଗିରି ବୌଦ୍ଧ ପୀଠ ପରେ ଜାପାନୀଗୋଷ୍ଠୀ ରନôଗିରି ବୌଦ୍ଧ ବିହାର, ସଂଗ୍ରହାଳୟ, ମହାକାଳ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ପ୍ରତିନିଧିଦଳର ସମସ୍ତେ ଡାକ୍ତର ବୃତ୍ତିରେ ଅଛନ୍ତି ଏବଂ ସେମାନେ ‘କିସ୍’ ଅନୁଷ୍ଠାନ ପରିଦର୍ଶନରେ ଆସି ଗତକାଲି ଭୁବନେଶ୍ୱର ଉପକଣ୍ଠ ଧଉଳି ଶାନ୍ତିସ୍ତୂପ ପରିଦର୍ଶନ କରିଥିଲେ । ସେମାନେ ଓଡ଼ିଶାର ପ୍ରମୁଖ ବୌଦ୍ଧ ପୀଠ ପରିଦର୍ଶନ ସାରି ଆସନ୍ତାକାଲି ବୋଧଗୟା ଯାତ୍ରା କରିବେ । ଉଦୟଗିରିଠାରେ ଏହି ବିଦେଶୀ ପ୍ରତିନିଧିମାନଙ୍କୁ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତିର ସଦସ୍ୟ ଜ୍ଞାନରଂଜନ ପ୍ରଧାନ ସ୍ୱାଗତ କରିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ଦୀର୍ଘବର୍ଷ ଧରି ଜାପାନରେ କାର୍ଯ୍ୟକରୁଥିବା ଜଣେ ଓଡ଼ିଆ ମହିଳା ପ୍ରଫେସର ମଧ୍ୟ ପରିଦର୍ଶନ କରିଥିଲେ ।
