Odisha news

ବିଭିନ୍ନ ସଂଗଠନର ବିରୋଧ ପରେ ସିଡିଏ ସପକ୍ଷରେ ବାହାରିଲେ ଯୁବ ବ୍ୟବସାୟୀ।

0
ଆଠଗଡ଼ ତା ୭/୫/୨୩ ଆଠଗଡ଼ ତହସିଲ ର ୫୭ ଟି ରାଜସ୍ବ ଗ୍ରାମ ସିଡିଏ ରେ ମିଶିବା ପରେ ଆଠଗଡ଼ ରେ ବିଭିନ୍ନ ମହଲରେ ଏହା ବିରୋଧ ହୋଇଛି। ଗତକାଲି ଆଠଗଡ଼ ବିଜେପି ଏହା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ ସିଡିଏ ସପକ୍ଷରେ ବାହାରିଛନ୍ତି ଯୁବ ବ୍ୟବସାୟୀ ରଞ୍ଜନ ଦାସ।
କଟକ, ଭୁବନେଶ୍ୱର ଚତୁଃପାର୍ଶ୍ଵରେ କ୍ରମ ବଧିଶ୍ନୁ ଜନସଂଖ୍ୟା କୁ ଦୃଷ୍ଟିରେ ରଖି ସରକାର କଟକ ସଂଲଗ୍ନ ୫୭ ଟି ରାଜସ୍ବ ଗ୍ରାମକୁ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିରେ ଆଠଗଡ଼ ଅଞ୍ଚଳର ଜନସାଧାରଣ , ଦେବା ଦେବୀ ଓ ଜଳ ଜମି ଜଙ୍ଗଲର କୌଣସି କ୍ଷତି ହେବ ନାହିଁ। ଏସମ୍ପର୍କରେ ବୁଝିନଥିବା କିଛି  ବ୍ୟକ୍ତି ପ୍ରକୃତ ବିଷୟରେ ବୁଝିବା ପାଇଁ ଚେଷ୍ଟା କରିବା ଉଚିତ ବୋଲି ଶ୍ରୀ ଦାସ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
Leave A Reply