Odisha news

ଜଙ୍ଗଲ ମାଫିଆ ଠାରୁ ୨ ଟି ବନ୍ଧୁକ ସହିତ ୪ ଟି ଧନୁ ତିର ଓ ବାନ୍ୟଜନ୍ତୁ ଶିକାର ସରଞ୍ଜାମ ଜବତ

0

ଆଠଗଡ :  ଆଠଗଡ ବନଖଣ୍ଡ ଅଧିକାରୀଙ୍କ ତଦାରଖ ଅଭାବ ସହିତ କ୍ଷେତ୍ର ପରିଦର୍ଶନର ଅଭାବ ଏବଂ  କର୍ମଚାରୀଙ୍କ ପ୍ରତି ଅଙ୍କୁଶ ନ ଥିବାରୁ  ପୂଣି ଜଙ୍ଗଲ ମାଫିଆ ନିଜର କଳବଳ ଲଗାଇ ଆରମ୍ଭ କଲେଣି ଜଙ୍ଗଲ ସମ୍ପଦ ଲୁଟ ସହ ବନ୍ୟଜନ୍ତୁ ଶିକାର, ବିଭିନ୍ନ ସରଂକ୍ଷିତ ଜଙ୍ଗଲ କୁ ନିଜ କଜ୍ଜାରେ ରଖି ମୂଲ୍ୟବନ ଗଛକାଟୀ ଜାଳେଣି ରୂପେ ବେବହାର କରି ଦେଶୀ ମଦ ପ୍ରସ୍ତୁତ କରିଚାଳିବା ସହ ବାନ୍ୟଜନ୍ତୁ ଶିକାର କରି ଖାଇବା ପିଇବା କରି  ଚାଲିଛନ୍ତି, ଏପଟେ ସବୁ ସରଂକ୍ଷିତ ଜଙ୍ଗଲରେ ପ୍ରତଦିନ ବିଭିନ୍ନ ମରଣାସ୍ତ୍ର ବେବହାର କରି ବାନ୍ୟଜନ୍ତୁ ଶିକାର କରି ଚାଲାଣ କରି ଚାଲିଛନ୍ତି ମଦ ମାଫିଆ ମାନେ , ଶୁକ୍ରବାର ସନ୍ଧ୍ୟାରେ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଖୁଣ୍ଟୁଣୀ ବନବିଭାଗ ବନ୍ୟପ୍ରାଣୀ ଶିକାର ପାଇଁ ବ୍ୟବହୃତ ୨ଟି ଦେଶୀ ବନ୍ଧୁକ, ଧନୁ ତିର  ଓ  ଶିକାର ପାଇଁ   ବାରୂଦ ସାମଗ୍ରୀ ବସ୍ଥା ବନ ବିଭାଗ ପ୍ରେଟ୍ରୋଲିଙ୍ଗ ସମୟରେ  ଜବତ କରିଥିବା ବେଳେ ମାଫିଆମାନେ  ଖସି ଯାଇଥିଲେ । ଘଟଣାରୁ ପ୍ରକାଶ ଶୁକ୍ରବାର  ସନ୍ଧ୍ୟାରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ପାଲ ସିଂ ମାଥୁର ବିଶେଷ  ସୂତ୍ରରୁ ଖବର ପାଇ ନିଜର ବିଶ୍ୱସ୍ତ  ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରି  ଓ   ପାରା କର୍ମଚାରୀ ମାନଙ୍କ ସହିତ ଡାଳୁଆ,ଖଣ୍ଡୁଆଳି, ସରସ୍ବତୀପୁର ଓ କଂସର  ଗ୍ରାମ ନିକଟ ବଣିଆବନ୍ଧ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ ।

ଏହି ସମୟରେ ବନ କର୍ମଚାରୀଙ୍କୁ ଦେଖି  ଜଙ୍ଗଲ ମାଫିଆମାନେ ବନଜନ୍ତୁ ଶିକାର ପାଇଁ ଆଣିଥିବା ବନ୍ଧୁକ ଓ ଧନୁ ତିର ବାଣ ବାରୂଦ ଛାଡି ପଳାଇ ଯାଇଥିଲେ  ୨ଟି ଗୁଳିଭର୍ତି ଦେଶୀ ବନ୍ଧୁକ,୭ଟି ତିର  ଓ ୪ ଟି ଧନୁଶର ସହିତ ଶିକାର ପାଇଁ ଜଙ୍ଗଲ ମଧ୍ୟରେ ବିଛା ଯାଇଥିବା ୩୦ ଟି ଫାଶ ଏବଂ ୫ ବସ୍ତା ଧୁମହୀନ କାଠ କୋଇଲାକୁ  ମାଥୁର ଜବତ କରିଥିଲେ । ସେହିପରି ବିଳମ୍ବିତ ରାତିରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିନ ଦେଉଳି, ରାଣୀବଣିଆ ସଂରକ୍ଷିତ ଜଙ୍ଗଲରେ ଦେଶୀ ବନ୍ଧୁକ ଧରି ଶିକାର ପାଇଁ ପଶିଥିବା ଦୁଇଜଣ ଶିକାରୀଙ୍କୁ ବନାଞ୍ଚଳ ଅଧିକାରୀ ମାଥୁର ଗିରଫ କରିବା ସହ ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛନ୍ତି । ଗିରଫ ଦୁଇଜଣ ହେଲେ ଖୁଣ୍ଟୁଣୀ ଥାନା ରାଣିବଣୀଆ ଗ୍ରାମର ରାଜୁ ହେମ୍ବ୍ରମ ଓ ରତନା ଟୁଡୁ । ଦୁହିଁଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ।

ସୁବାସୀ, ବଣିଆବନ୍ଧ, ବଉଳ, ବ୍ରାହ୍ମଣବସ୍ତ, ଜଙ୍ଗଲ ଏବେ ନିରୀହ ଜନ୍ତୁ  ଶିକାରୀଙ୍କ ଚରାଭୂମି । ଶିକାରୀ ମାନେ ଏହି ଚୋରା ଦେଶୀ ବନ୍ଧୁକ ସାହାଯ୍ୟରେ ବିଳମ୍ବିତ ରାତିରେ ହରିଣ, କୁତୁରା, ସମ୍ବର, ବାର୍ହା ଆଦି ଶିକାର କରୁଛନ୍ତି । ଏହାକୁ ରୋକିବା ପାଇଁ ବନ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନିରୀହ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ଯଦି ଏବେ ଠାରୁ ଉଦ୍ୟମ ନହୁଏ , ତେବେ  ଜଙ୍ଗଲରେ ବନ୍ୟପ୍ରାଣୀ ବଂଶ  ଲୋପ ପାଇଯିବା ଏଥି ପ୍ରତି ଆଠଗଡ ବନଖଣ୍ଡ ଅଧିକାରୀ, ଅନୁଗୁଳ ବନମଣ୍ଡଳ ଅଧିକାରୀ ମୁଖ୍ୟ ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀଙ୍କ ହସ୍ତ କ୍ଷେପ ହିଁ ଆଠଗଡ ବନଖଣ୍ଡରେ ଥିବା  ବନ୍ୟପ୍ରାଣୀ ସୁରକ୍ଷିତ ରହିବା ସହ ଜଙ୍ଗଲ ମାଫିଆଙ୍କ ଠାରେ ଅଙ୍କୁଶ ଲାଗି ପରିବା ବୋଲି ପରିବେଶ ବିତ ମାନେ ଦାବି କରିଛନ୍ତି

Leave A Reply