Odisha news

ଆଠଗଡ : ବିଜେଡିର ପୂଣି ବାଜିମାତ,ସଶ୍ମିତା ରାଉତ ହେଲେ ପୌରପରିଷଦ ଅଧକ୍ଷା ବିଜେଡି୧୬ ,କଂଗ୍ରେସ,୧, ସ୍ୱାଧିନ ୧,

0

ଆଠଗଡ ତା ୨୬/୩/୨୨ ଆଠଗଡ ପୌରପରିଷଦ ନିର୍ବାଚନରେ  ପୁଣି ବାଜୀ ମରିନେଲା ବିଜେଡି, ଅଧକ୍ଷା ସହିତ,୧୬ କାଉନସିଲ ପାର୍ଥୀଙ୍କ ବିଜୟ,ଦିର୍ଘ ଦିନ ଧରି ଆଠଗଡ ପୌରପରିଷଦଟି ବିଜେଡି ବିଧାୟକ ତଥା ରାଜ୍ୟର ବରିଷ୍ଠ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପଙ୍କ ସ୍ୱାଇଁ ରଣନୀତି ପାଇଁ ବାରମ୍ବାର  ପୂର୍ବରୁ ଥିବା କଂଗ୍ରେସର ଦୃର୍ଗ ଆଠଗଡକୁ  ଭାଙ୍ଗି ବିଜେଡିର ଦୃର୍ଗରେ ପରିଗଣିତ କରିସାରିଲେଣି, କିନ୍ତୁ ଚଳିତ ନିର୍ବାଚନରେ ବିଜେଡିର ପାୱାର, ଅର୍ଥ ବଳ, ବାହୁ ବଳ, ଜନ ସମୁଦ୍ର ଭଳି ସମର୍ଥନ ଥିବା ବେଳେ ବିଜେପି କଡ୍ଡା ଟକ୍କର ଦେଇଥିଲା,ବିଜେପି ଅଧକ୍ଷା ପାର୍ଥି ଇଲା ପଣ୍ଡା, ଆଠଗଡ ପରିଷଦର ୧୮ଟି ୱର୍ଡ ମଧ୍ୟରୁ ୩ ନମ୍ବର ୱର୍ଡରେ କଂଗ୍ରେସ କାଉନସିଲ ପାର୍ଥି ମନୋରଞ୍ଜନ ପଟ୍ଟନାୟକ ନିକଟ ତମ ବିଜେଡିର ପାର୍ଥି କଲ୍ୟାଣ ପଟ୍ଟନାୟକଙ୍କୁ  ପରାଜୟ କରି ୨୬୬ଖଣ୍ଡ ଭୋଟରେ  ବିଜୟୀ ହୋଇଥିଲେ, ସେହିଭଳି ୧୪ନମ୍ବର ୱର୍ଡରେ ସ୍ୱାଧୀନ କାଉନସିଲ ପାର୍ଥି ଉମେଶ ସେଠୀ ବିଜେଡି କାଉନସିଲ ପାର୍ଥି ଅଜୟ କୁମାର ବେହେରାଙ୍କୁ ୯୧ଖଣ୍ଡ ଭୋରେ ପରାଜୟ କରି ବିଜୟୀ ହୋଇଥିଲେ, ବାକି ୧୬ ଟି ୱର୍ଡ ରେ ବିଜେଡି କାଉନସିଲର ପାର୍ଥି ବିଜୟୀ ହୋଥିଲେ, ପରେ ବିଜେପି ଅଧକ୍ଷା ପାର୍ଥି ଇଲା ପଣ୍ଡାଙ୍କୁ ବିଜେପି ଦଳର ଅନ୍ତର ଦ୍ୱନ୍ଦ୍ୱ ଏବଂ ବିଜେପି ନେତୃତ୍ୱ ଅସହଯୋଗ ଫଳରେ ବି ଆଠଗଡ ପୌରପରିଷଦ ବାସୀଙ୍କ ଭଲ ପାଇବା ଓ ଆଶ୍ରିବାଦରୁ ୧୮ଟି ୱର୍ଡରୁ ନିଜର ବ୍ୟକ୍ତିତ୍ୱ ବଳରେ ୪୧୩୬ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ଅଧକ୍ଷା ପାର୍ଥି ସଶ୍ମିତା ରାଉତ ୧୮ ଟି ୱର୍ଡ ରୁ ୫୫୧୩ଖଣ୍ଡ ଭୋଟ ପାଇଥିବା ବେଳେ ୧୩୭୭ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ନୀ ଶଶ୍ମିତା ରାଉତ ବିଜୟୀ ହୋଇଥିଲେ, ଏପଟେ ବିଜୟୀ ସମସ୍ତ କାଉନସିଲ ପାର୍ଥି ମାନେ ବାଜା ବାଣ, ରୋଷଣୀ, ଡିଜେ ସାଉଣ୍ଡ ବଜାଇ ପ୍ରଶାସନକୁ ଖାତିର ନ କରି ସମସ୍ତ ୱାଡ଼  ଭ୍ରମଣ କରିଥିଲେ ,

Leave A Reply