Odisha news

ଜ୍ୟୋତିଷ ଶାସ୍ତ୍ର ଅନୁସାରେ : ଏହି ରାଶିର ଝିଅମାନେ ଖୁବ ଶୀଘ୍ର ଅନ୍ୟ ମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ଥାଆନ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ମାନଙ୍କ ଆଧାରରେ ମଣିଷର ପ୍ରକୃତି ଓ ଭବଷ୍ୟତ ଆଧାର ହୋଇଥାଏ l ପ୍ରତେକ ରାଶି ବ୍ୟକ୍ତିଙ୍କର ନିଜସ୍ୱ ବ୍ୟକ୍ତିତ୍ୱ ରହିଛି l କିନ୍ତୁ ଧନୁ ରାଶିର ଝିଅ ମାନଙ୍କର ଗୋଟିଏ ସାଧାରଣ ପରିଚୟ ରହିଛି l ଏହି ରାଶିର ଝିଅ ଖୁବ ବୁଦ୍ଧିମାନ ଓ ଖୁବ ସଚୋଟ ହୋଇ ଥାଆନ୍ତି l ଆସନ୍ତୁ ଜାଣିବା ଧନୁ ରାଶିର ବିଶେଷ ସ୍ଵଭାଵ ବିଷୟରେ l

– ଏହି ରାଶିର ଝିଅ ନିଜର ବୌଦ୍ଧିକ କ୍ଷମତା ଦ୍ୱାରା ଜୀବନରେ ଖୁବ ଉନ୍ନତି କରି ଥାଆନ୍ତି l ଏମାନଙ୍କ ବିଚାର ସ୍ୱତନ୍ତ୍ର ହୋଇଥାଏ l ଏମାନେ ନିଜକୁ ଗୋଟିଏ ଜାଗାରେ ବାନ୍ଧି ରଖିବା ପାଇଁ ପ୍ରସ୍ତୁତ ନ ଥାଆନ୍ତି l ଏମାନେ ଖୁବ ପରିଶ୍ରମୀ ହେବ ସହିତ କାର୍ଯ୍ୟରେ କୁଶଳ ହୋଇ ଥାଆନ୍ତି l

– ଧନୁ ରାଶିର ଝିଅ ନିଜ ଜୀବନରେ କିଛି ଅଲଗା ପ୍ରକାରର କାର୍ଯ୍ୟ ସବୁବେଳେ କରିବାକୁ ଚାହିଁ ଥାଆନ୍ତି l ଥରେ ମନରେ ଯାହା ଚିନ୍ତା କରନ୍ତି ତାହା କରିକି ଛାଡ଼ନ୍ତି l ବିଶ୍ୱାସ ଯୋଗ୍ୟ ହୋଇଥିବା କାରଣରୁ ସମସ୍ତେ ଏମାନଙ୍କ ଉପରେ ଭରସା କରି ଥାଆନ୍ତି l

– ଏମାନେ ସ୍ୱଭାବରେ କ୍ରୋଧୀ ହୋଇଥିବା କାରଣରୁ ସମସ୍ତଙ୍କ ଉପରେ ପ୍ରଭୁତ୍ୱ ବିସ୍ତାର କରି ପାରନ୍ତି l ଏମାନଙ୍କ ମସ୍ତିଷ୍କରେ ସବୁବେଳେ ନୂଆ ନୂଆ କାର୍ଯ୍ୟ କୁ ନୂଆ ବିଚାର ଆସିଥାଏ l  ତେଣୁ କାର୍ଯ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବାରେ ମାହିର ଅଟନ୍ତି l

– ସେମାନେ ଯଦି ଚାକିରିଆ ହୋଇ ଥାଆନ୍ତି ତେବେ କାର୍ଯ୍ୟ କ୍ଷେତ୍ରରେ ଯୋଜନା ବଡ଼ ଭାବରେ ଆଗକୁ ବଢନ୍ତି ଓ ଅଫିସ ରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରଖିବାରେ ସକ୍ଷମ ହୁଅନ୍ତି l ପୂଜା ପାଠରେ ବିଶେଷ ରୁଚି ରଖନ୍ତି l ଜୀବନରେ ଯେତେ ବଡ ବିପଦ ଆସିଲେ ମଧ୍ୟ ଭୟ କରନ୍ତି ନାହିଁ l

Comments are closed.