ଅସ୍ତରଙ୍ଗ ୨୯ /୧୨: ପୁରୀ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଡ. କନୱାର ବିଶାଲ ସିଂ ମଙ୍ଗଳବାର ଦିନ ସକାଳୁ ସକାଳୁ ଅସ୍ତରଙ୍ଗ ବ୍ଲକରେ ଥିବା ଦୁଇ ଗୋଟି ଥାନା ପରିଦର୍ଶନ କରିଛନ୍ତି । ପ୍ରଥମେ ଡ. ସିଂ ସକାଳ ୮ ଘଟିକା ସମୟରେ ଅସ୍ତରଙ୍ଗ ଥାନାରେ ପହଁଚିବା ପରେ ଥାନା ତରଫରୁ ସ୍ୱାର୍ଗତ କରାଯାଇଥିଲା ।
ତତ୍ପରେ ଡ. ସିଂ ଥାନାର କେସ୍, ଆଇନଶୃଙ୍ଖଳା, କ୍ରାଇମ ଆଦି ବିଷୟରେ ସମିକ୍ଷା କରି ଥାନାର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଅସ୍ତରଙ୍ଗ ଥାନା ଆଇଆଇସି ଶ୍ରୀ ବାମଦେବ ନନ୍ଦଙ୍କ ସହ ଆଲୋଚନା କରିଥିଲେ । ତତ୍ପରେ ଏଠାରୁ ୭ କିମି ଦୂରରେ ଥିବା ନୁଆଗଡ ସ୍ଥିତ ମାଛଧରା ବନ୍ଦର ଠାରେ ଅବସ୍ଥିତ ମେରାଇନ ଥାନା ପରିଦର୍ଶନ କରି ସେଠାରେ ଅବସ୍ଥାପିତ ଆଇଆଇସି ଦିଲ୍ଲିପ କୁମାର ସ୍ୱାଇଁଙ୍କ ସହ ଥାନା ସମ୍ପର୍କରେ ସମିକ୍ଷା କରି ୧୧ ଘଟିକା ସମୟରେ ଫେରିଯାଇଥିଲେ ।