ଅସ୍ତରଙ୍ଗ : ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ୍ର ରେ 26 ତାରିଖ ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ରେ ଜିଲା ପରିଷଦ ର ବି ଜେ ଡି ପ୍ରାଥି ବିଜୟଲାଭ କରି ଛନ୍ତି । ତାଙ୍କ ନାମ ସରସ୍ୱତୀ ସ୍ଵାଇଁ । ଶ୍ରୀମତୀ ସ୍ଵାଇଁ 17,338 ଖଣ୍ଡ ଭୋଟ ପାଇ ଥିବାବେଳେ, କଂଗ୍ରେସ ର ସୁଭାସ୍ମିତା ସାହୂ 7,644 ଓ ବି ଜେ ପି ର ମାନସି ସ୍ଵାଇଁ,5,473 ଭୋଟପାଇ ଛନ୍ତି ।ସେହିପରି ଶାସକ ବିରୋଧୀ ମେଣ୍ଟ ପ୍ରାଥି ପ୍ରଥମ ଦିନରେ ହୋଇ ଥିବା 8 ଗ୍ରାମପଂଚୟତ ଭୋଟ ମଧ୍ୟରୁ ସରପଞ୍ଚ ମାଣ୍ଡୁକି,,କେନ୍ଦ୍ରାପଟି, ସରିପୁର ଜିତିଥିବା ବେଳେ, ସମିତିସଭ୍ୟ ଅସ୍ତରଙ୍ଗ, ସରିପୁର, ମାଣ୍ଡୁକି,ପାଟଳଦା ଓ କେନ୍ଦ୍ରାପଟି ଜିତିଛନ୍ତି । ବି ଜେ ଡି ସମର୍ଥିତ ଛୁରିଆନା,ପାଟଳଦା,କୋରଣା, ଶିଶୁଅ ସରପଞ୍ଚ ଜିତିଥିବା ବେଳେ, ସମିତିସଭ୍ୟ ଶିଶୁଅ, ଛୁରିଆନା, କୋରଣା ଜିତିଛନ୍ତି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ,15 ଗୋଟି ଗ୍ରାମପଂଚୟତ କୁ ନେଇ ଅସ୍ତରଙ୍ଗ ବ୍ଲକ ଗଠିତ । ଆଉ 7 ଗୋଟି ଜି ପି ର ରବିବାର ଦିନ 8 ଘଟିକା ଠାରୁ ବ୍ଲକ ସମିଳନୀ କକ୍ଷରେ କଡା ସୁରକ୍ଷା ଭିତରେ ଗଣତି ଚାଲିଛି ।