ଅସ୍ତରଙ୍ଗ : ଜଗତ୍ସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ଅସ୍ତରଙ୍ଗର ନୂଆଗଡ ଠାରେ ଥିବା ମତ୍ସ୍ୟ ଧରା ବନ୍ଦରର ସଂପ୍ରସାରଣ ଓ ପୁନଃରୁଧାର ନିମନ୍ତେ କେନ୍ଦ୍ର ସରକାରଙ୍କର ମେରାଇନ ପ୍ରଡକ୍ଟ ଉନ୍ନୟନ କତୃପକ୍ଷଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗଦେଇ ଉକ୍ତ ଦାବି କରିଛନ୍ତି । ଡ. ମଲ୍ଲିକ ଆହୁରି କହିଛନ୍ତି ଯେ, ଓଡିଶାର ୪୮୨ କିଲୋମିଟର ସାମୁଦ୍ରିକ ଉପକୂଳ ରହିଥିବା ବେଳେ ଏହା ଉପରେ ଉକ୍ତ ଉପକୂଳର ମତ୍ସ୍ୟଜୀବୀ ମାନେ ସେମାନଙ୍କର ଜୀବନ ଜିବାକା ନିର୍ବାହ କରିଥିବା କଥା ଉପସ୍ଥାପନ କରି ତାଙ୍କର ଆର୍ଥୀକ ସ୍ୱଚ୍ଛଳତା ଓ ସାମୁହିକ ଉନ୍ନତି ପାଇଁ ବିଶେଷ ଭାବେ ଧ୍ୟାନ ଦେବାକୁ ପରାର୍ମଶ ଦେଇଥିଲେ ।
ପୁରୀ ଜିଲ୍ଲାର ଅବେହେଳିତ ଅବସ୍ଥାରେ ଥିବା ଅସ୍ତରଙ୍ଗର ନୂଆଗଡ ମାଛଧରା ବନ୍ଦର ବହୁବିଧ ଉନ୍ନତି ସାଧନ ଓ ୨୫୦ କୋଟିରୁ ଉର୍ଦ୍ଧ ଟଙ୍କାରେ ହେବାକୁ ଥିବା ମତ୍ସ୍ୟ ଧରା ବନ୍ଦରର ସଂପ୍ରସାରଣ ଆଦି କାର୍ଯ୍ୟକୁ ଶିଘ୍ର ଆରମ୍ଭ କରିବା ପାଇଁ ବୈଠକରେ ଦାବି କରିବା, ଆଗାମୀ ଦିନରେ ଏହି ଅଂଚଳର ସମସ୍ତ ମତ୍ସ୍ୟ ସଂପ୍ରଦାୟ , ବେପାର ଓ ବାଣିଜ୍ୟ ଅନୁଷ୍ଠାନ ବିଶେଷ ଭାବରେ ଉପକୃତ ହେବେ ବୋଲି ଶ୍ରୀମତୀ ମଲ୍ଲିକ ମଧ୍ୟ ଦୃଷ୍ଟି ପାତ କରିଥିଲେ ।