ଅସ୍ତରଙ୍ଗ:ଅସ୍ତରଙ୍ଗ ବ୍ଲକରେ ବାହାରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ୨୨ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳେ, ୯ ଗୋଟି କେନ୍ଦ୍ରରେ ୩୯୧ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯାଇ ତାଙ୍କ ମଧ୍ୟରୁ ୫୬ ସ୍ୱାବ ଟେଷ୍ଟ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଅଛି ।
ଏଠାରେ ପ୍ରକାଶ ଥାଉକି, ବ୍ଲକ ଅଂଚଳର ୩୦୪୨ ଜଣ ଆସିବା ପାଇଁ ରେଜିଷ୍ଟ୍ରେସନ କରାଇଛନ୍ତି ସେମାନଙ୍କ ମଧ୍ୟରୁ ଅସ୍ତରଙ୍ଗ ନୋଡାଲରେ ୮୧ ଜଣ ରହିଥିବା ବେଳେ , ମାଣ୍ଡୁକିରେ ୫୬ , ବନ୍ତିଲୋରେ ୪୨, ରତନପୁରରେ ୨୩, ଆଳସାହିରେ ୫୮, ଆଳଙ୍ଗପୁରରେ ୫୦, ବାଲିପନ୍ତାଳରେ ୨୩, ପାଟଳଦାରେ ୪୬, କେଉଟଜଙ୍ଗାରେ ୧୨ ଓ ବନ୍ତିଲୋରେ ୧୨ ଜଣ ମହିଳା ପ୍ରବାସୀ ଙ୍କ ସହ ସର୍ବମୋଟ ୪୦୩ଜଣ ଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ର୍ୟ ଶିବିରରେ ରଖାଯାଇଅଛି ।
ଏହି ପ୍ରବାସୀମାନେ ସୁଦୁର କୋଲକତା, ସୁରଟ ଓ ଗୋଆରୁ ସର୍ବାଧିକ ଆସିଛନ୍ତି । ଏମାନଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପ୍ରଧାନ ଓ ରତନପୁର ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ସୁଜିତ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତ୍ୱତବଧାନରେ ୨ ଗୋଟି ର୍ୟାପିଡ ରେସ୍ପନ୍ସ ଟିମ୍ ଗଠନ କରାଯାଇ ପ୍ରବାସୀ ରହୁଥିବା ସମସ୍ତ କେନ୍ଦ୍ରକୁ ଯାଇ ଏମାନଙ୍କର ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ପରିକ୍ଷା କରୁଥିବା ବେଳେ ପୁରୀରୁ ଆସିଥିବା ୩ଜଣିଆ ଡାକ୍ତରି ଦଳ ସ୍ୱପ୍ନେଶ୍ୱର ନୋଡାଲ ମାଣ୍ଡୁକିରେ ଥିବା ୫୬ଜଣଙ୍କ ସ୍ୱାବ ଟେଷ୍ଟ କରିଛନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ଅସ୍ତରଙ୍ଗ ନୋଡାଲରେ ଥିବା ୮୧ ଜଣଙ୍କର ସ୍ୱାବ ଟେଷ୍ଟ କରାଯିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଅଛି ।
ଅପର ପକ୍ଷରେ ପୂର୍ବରୁ ପୁରୀ ଜିଲ୍ଲାରେ ୪ଜଣ କରୋନା ଆକ୍ରାନ୍ତ ଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଆଉ ୧୦ଜଣଙ୍କର ପଜିଟିଭ ଚିହ୍ନଟ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଚି ଥିବାରୁ ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଥିବା ବେଳେ ଲୋକଙ୍କ ମନରେ ଭୟର ସଂଚାର ଖେଳିଯାଇଅଛି ।