Odisha news

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ପିପିଲିରେ ଶ୍ରଦ୍ଧାଞ୍ଜଳୀ

0

ପିପିଲି,୧୫ା୫: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଆଜି ପିପିଲିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥୀବ ପିପିଲି ଟୋଲଗେଟ ଛକ ଠାରେ ପହଂଚିବା ପରେ ସେଠାରେ ପିପିଲି ସାଂସ୍କୃତିକ ପରିଷଦର ଉପଦେଷ୍ଠା ଲେଫ୍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି , ମୁଖ୍ୟ ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଂଯୋଜକ ଦୀନବନ୍ଧୁ ବେହୁରାଙ୍କ ସମେତ ପିପିଲି ଆଇଆଇସି ଶରତ କୁମାର ସାହୁ, ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ, ଯୁବନେତା ପ୍ରଦୀପ କୁମାର ସାହୁ ପ୍ରମୁଖ ସ୍ୱର୍ଗତ ପଟ୍ଟନାୟକଙ୍କ ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥୀବ ଶରୀର ନିକଟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ଆବାହକ ମଧୁସୂଦନ ଦାସ, ବିନୋବା ସେବା ପ୍ରତିଷ୍ଠାନର ସାଧାରଣ ସଂପାଦକ ମନୋଜ କୁମାର ଜେନା, ଉକôଳ ଗାନ୍ଧୀ ସ୍ମାରକ ନିଧି ଅଧ୍ୟକ୍ଷ ପ୍ରହଲ୍ଲାଦ ସିଂ, ନିଶାମୁକ୍ତ ଯୁବ ସଂକଳ୍ପର ଆବାହକ ଇମ୍ରାନ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply