ହିଞ୍ଜିଳିକାଟୁ,୧୫/୫:-ସାମ୍ ପ୍ରତିକ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ସର୍ବାଧିକ କରୋନା ପ୍ରବଣ ଜିଲ୍ଲା ଭାବେ ବିବେଚିତ ହେଉଛି।ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୬୪ ଜଣ ସୁରତ ଫେରନ୍ତା କରୋନାରେ ସଂକ୍ରମିତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।ରାଜ୍ୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ସବୁ ଜିଲ୍ଳାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଠିକ୍ ଭାବେ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ୍ ।
ଶୁକ୍ରବାର 5 ଟି ସଚିବ ଭି କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଶେରଗଡ଼ ଓ ପରେ ହିଞ୍ଜିଳିରେ ପହଞ୍ଚି ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ପରିଦର୍ଶନ କରିବା ସହ କରୋନା ମୁକାବିଲା ସ୍ଥିତି ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସହ ଉପସ୍ଥିତ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର। 5 ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ଅଧ୍ୟକ୍ଷ ଏନ ରଘୁନାଥ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜିଲ୍ଲାପାଳଙ୍କ ଙ୍କ ସହ ଆଲୋଚନା କରିଥିଲେ।
ପରେ ମଧ୍ୟବିତ୍ତ ପରିବାର ଙ୍କ ସମେତ ରାସନ କାର୍ଡରୁ ବଞ୍ଚିତ ହୋଇଥିବା ପରିବାରକୁ ଖାଦ୍ୟ ସାମଗ୍ରୀ ପ୍ରଦାନ ନେଇ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।କୋଭିଡ କେୟାର ସେଣ୍ଟରର ଆନୁସଙ୍ଗିକ କାର୍ଯ୍ୟ ପରିଦର୍ଶନ କରି ସଚିବ ଖୁସି ବ୍ୟକ୍ତ କରିଥିଲେ।ସଚିବଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, କୋଭିଡ ହସ୍ପିଟାଲ ନୋଡାଲ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ନୋଡାଲ ଚିକିତ୍ସାଧିକାରୀ ଡଃ ଦୁର୍ଗା ପ୍ରସାଦ ପଣ୍ଡା, ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ପ୍ରତିଭା ପାତ୍ର, ହସ୍ପିଟାଲ ମ୍ୟାନେଜର ଶଶାଙ୍କ ଶେଖର ପଣ୍ଡା, ଫାର୍ମାସିଷ୍ଟ କାର୍ତ୍ତିକ ସାହୁ, ଆଇ ଆଇ ସି ଅଭିମନ୍ୟୁ ଦାସ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଅରୁଣ କୁମାର ଶତପଥୀ, ଏସଡ଼ିଓ ଦିଲ୍ଲୀପ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ଲଡୁ କିଶୋର ପଣ୍ଡା ଓ ଉମା ଚରଣ ପାଢ଼ୀ,ଅଗ୍ନିଶମ ଅଧିକାରୀ ପ୍ରମୋଦ କୁମାର ଭୂୟାଁ, ସମାଜସେବୀ ଡ଼ି ବିଶ୍ୱନାଥ, ଉପାଧ୍ୟକ୍ଷ ପ୍ରତିନିଧି ଅଶୋକ କୁମାର ପଣ୍ଡା,ଲଡୁ କିଶୋର ବେହେରା, ରୋହିତ ପ୍ରଧାନ ଓ କେ ଦୁର୍ଗା ପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ।