Odisha news

ତଟରକ୍ଷୀ ବାହିନୀ ଜବତ କଲା ଦୁଇ ମାଛ ଧରା ଟ୍ରଲର

0
ଅସ୍ତରଙ୍ଗ,,ବର୍ତ୍ତମାନ ଅଲିଭି ରିଡେଲ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ସମୁଦ୍ର ବକ୍ଷରେ  ଜାରି ରହି ଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ତରଫରୁ ଯନ୍ତ୍ରଚାଳିତ ବୋଟ ଉପରେ ମାଛ ଧରିବା କଟକଣା ଜାରି କରାଯାଇଛି । ହେଲେ ଏହି  କଟ କଣାକୁ ଖାତିର ନ କରି ଦେବୀ ମାଉଥ ଠାରୁ ସାତ କିଲୋମିଟର ଭିତରେ  ଥିବା ନିଶିଧାଞ୍ଚଳ ରେ ମାଛ ମାରୁଥିବା ବେଳେ,ଦୁଇଗୋଟି ଟ୍ରଲର କୁ ଜବତ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ଟ୍ରଲର ଦୁଇଟିକୁ ଜବତ କରି ତଟରକ୍ଷୀ ବାହିନୀ ଅସ୍ତରଙ୍ଗ ବନ ବିଭାଗ କୁ ହସ୍ତାନ୍ତର କରିଛି ।  ଗୋଟିଏ ଟ୍ରଲର ବାଲେଶ୍ବର ର ହୋଇଥିବା ବେଳେ ତାର ପଞ୍ଜିକୃତ ନମ୍ବର ରହିଅଛି ORO1,MM,290 ଓ ଅନ୍ୟଟି  ମା ବୃନ୍ଦାବତି, OR05, MM-46ପାରାଦ୍ଵୀପ ର ରହିଅଛି । ପ୍ରଥମ ଟ୍ରଲର ର ମତ୍ସଜିବୀ 17,ଦ୍ୱିତୀୟ ଟ୍ରଲର ର ମତ୍ସଜିବୀ 8 ଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଜାରି ରଖିଛି ।
ଅପର ପକ୍ଷରେ ଟ୍ରଲର ଦୁଇଟିକୁ ଅସ୍ତରଙ୍ଗ ର ନୂଆଗଡ ମାଛଧରା ବନ୍ଦର କୁ ବନ ବିଭାଗ ଆଣିବା ପରେ, ଟ୍ରଲର ଦୁଇଟିକୁ ମତ୍ସ ବିଭାଗ ସାମୁଦ୍ରିକ ଅସ୍ତରଙ୍ଗ ଙ୍କୁ ହସ୍ତାନ୍ତର କରା ଯାଇଛି ।  ବିଚାର ନ ହେବା ପର୍ଯ୍ୟନ୍ତ ଏହା ମତ୍ସ ଅଧିକାରୀ ଙ୍କ ହେପାଜତରେ ରଖାଯିବ ବୋଲି ଜଣା ପଡିଛି ।
Leave A Reply