Odisha news

ମା ମଙ୍ଗଳା ଙ୍କ ନାମ ରେ ସୋସିଆଲ ମିଡ଼ିଆ ରେ ଅପପ୍ରଚାର, ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ତରଫରୁ କାକଟପୁର ଥାନା ରେ ଅଭିଯୋଗ

0
ଅସ୍ତରଙ୍ଗ,21/9- ଅସ୍ତରଙ୍ଗ ନିକଟବର୍ତ୍ତୀ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା, ଯିଏ ହେଉଛନ୍ତି ଜଗନ୍ନାଥ ଙ୍କ ମା, ମା ମଙ୍ଗଳା ହେଉଛନ୍ତି ଓଡ଼ିଆ ମାନଙ୍କ ଆରାଧ୍ୟା, କାକଟପୁର ଅସ୍ତରଙ୍ଗ ମାଟି ର ସ୍ୱାଭିମାନ ହେଉଛନ୍ତି ମା ମଙ୍ଗଳା, କିନ୍ତୁ ଅନେକ ସମୟ ରେ ମା ମଙ୍ଗଳା ଙ୍କ ନାମ ରେ ସୋସିଆଲ ମିଡ଼ିଆ ରେ ଅନେକ ଆଇଡି ଖୋଲାଯାଇଛି, ଆଉ ମା ଙ୍କର ଅନେକ ଭିଡ଼ିଓ ଓ ଫୋଟୋ ଚିତ୍ର ସେଥିରେ ପୋଷ୍ଟ କରାଯାଉଛି, କିନ୍ତୁ ଏହି ୨ ଦିନ ତଳେ ମା ମଙ୍ଗଳା ଙ୍କ ନାମ ରେ ଏକ ସୋସିଆଲ ମିଡ଼ିଆ ଆଇଡି ରେ କିଛି ନଗ୍ନ ଫୋଟୋ ଚିତ୍ର ପୋଷ୍ଟ ହେବାର ନଜିର ଆସିଛି, ଏହାକୁ କେନ୍ଦ୍ର କରି ଲକ୍ଷାଧିକ ମାତୃ ଭକ୍ତ ଙ୍କ ମନରେ ଏକ ପ୍ରକାର ଦୁଃଖ ଦାୟକ ପରିସ୍ଥିତି ସୃଷ୍ଟି ହେଇଛି, ଏ ବାବଦରେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଏକ ଟିମ୍ ମଙ୍ଗଳା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଭେଟି ପଚାରିଥିଲେ କିନ୍ତୁ ବିନା ତହସିଲଦାର ଙ୍କ ଉପସ୍ଥିତ ରେ କିଛି କରିପାରିବେନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜବାବ ଦେଇଥିଲେ, ଏଠି ପ୍ରଶ୍ନ ଉଠୁଛି ଗର୍ଭ ଗୃହ ଭିତରେ କୌଣସି ଫୋଟୋ କି ଭିଡ଼ିଓ ଉତ୍ତୋଳନ ହେଇପାରିବନି ବୋଲି ଦେବୋତ୍ତର କମିସନ ଙ୍କ ନିର୍ଧେଶ ଥୀବା ବେଳେ, ଏତେ ସୁରକ୍ଷା ବଳୟ ଭିତରେ କିପରି ଗର୍ଭ ଗୃହ କୁ କ୍ୟାମେରା ଯାଇ ଉକ୍ତ ଆଇଡି ରେ ପ୍ରତ୍ୟେକ ଦିନ ର ଫୋଟୋ ଆଉ ଭିଡ଼ିଓ ପୋଷ୍ଟ ହେଉଛି, ସାମ୍ବାଦିକ ମାନଙ୍କୁ ମୋବାଇଲ ଆଉ କ୍ୟାମେରା ନେଇ ବେଢା ଭିତରେ ସୁଟିଂ କରିବାର ଅନୁମତି ରହିଛି କିନ୍ତୁ ଗର୍ଭ ଗୃହ ଭିତରେ କୌଣସି ସାମ୍ବାଦିକ କିଛି ଉତ୍ତୋଳନ କରିପାରିବେ ନାହିଁ, କିନ୍ତୁ କିପରି ଅନ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ ହେଉଛି ତାହା ସନ୍ଦେହ ଜନକ, ସାମ୍ବାଦିକ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏ ବାବଦରେ ପ୍ରତିକ୍ରିୟା ମାଗିଥିଲେ କିନ୍ତୁ ସେ ରୁକ୍ଷ ବ୍ୟବହାର କରିବାକୁ ପଛେଇ ନଥିଲେ, ଆଜି ଏସବୁ ହୃଦୟଙ୍ଗମ କରି ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ତିନି ଜଣିଆ ଟିମ୍ ଯଥା କାର୍ଯ୍ୟକାରୀ ସଭାପତି ଆର୍ଯ୍ୟ ବିଶ୍ୱାଳ, ସମ୍ପାଦକ ଲୋକନାଥ ସ୍ୱାଇଁ, ସଦସ୍ୟ ଆର୍ତ୍ତତ୍ରାଣ ମହାନ୍ତି ଏ ବାବଦରେ କାକଟପୁର ଥାନା ରେ ଏକ ଲିଖିତ ଅଭିଯୋଗ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ତରଫରୁ କରିଛନ୍ତି ଆଉ ଥାନା ଅଧିକାରୀ ଏହି ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛନ୍ତି, ଖୁବ ଶୀଘ୍ର ଦୋଷୀ କୁ ଧରାଯିବ ବୋଲି ସଙ୍ଘ କୁ ପ୍ରତିଶୃତି ଦେଇଛନ୍ତି,ମା ମଙ୍ଗଳା ଙ୍କ ପ୍ରତି ଏଭଳି ଅସାମାଜିକ କାର୍ଯ୍ୟ ପଛରେ କିଏ ରହିଛି ତାକୁ ତୁରନ୍ତ ଧରାଯାଇ ଗିରଫ କରିବାକୁ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ଦାବୀ କରିଛି, ନଚେତ ଆଗାମୀ ଦିନ ରେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ଏ ବାବଦରେ ପୁରୀ ଆରକ୍ଷୀ ଅଧକ୍ଷ ଙ୍କୁ ଭେଟିବାକୁ ନିଷ୍ପତି ନେଇଛି l
Nalco
Leave A Reply