ବାରଙ୍ଗ : ଚନ୍ଦକାଥାନାରେ କାର୍ଯ୍ୟରତ କନେଷ୍ଟବଳ ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ନିଜ ଭଡାଘରେ ରଖି ମାନସିକ ଓ ଶାରରିକଯନ୍ତ୍ରଣା ଦେଉଥିବାର ଖବର ଶୁକ୍ରବାରଦିନ ଭାଇରାଲ ହେବାରେ ଲାଗିଥିଲା।ମହିଳା ଜଣଙ୍କ ଥାନାକୁ ଅଭିଯୋଗ କରିଵାକୁ ଆସିଥିବାର ଖବର ପାଇ ସ୍ଥାନୀୟ ଖବରଦାତା ମାନେ ଥାନାରେ ପହଁଚିଥିଲେ ମଧ୍ୟ ପୋଲିସ ଅସହଯୋଗ କରିଥିଲା।ମହିଳାଜଣଙ୍କ ଥାନା ର ଏକ ରୁମରୁ ଆଉ ବହାରିନଥିଲେ।ତେବେ ମହିଳା ଜଣଙ୍କ କୌଣସି ଅଭିଯୋଗ କରିନାହିଁ ବୋଲି ପୋଲିସ କହିବାପରେ ନିରାଶରେ ଖବର ଦାତାମାନେ ଫେରିଥିଲେ।
ପ୍ରକାଶଯେ, ପ୍ରଚାର ମୁତାବକ ଚନ୍ଦକା ଥାନାରେ କାର୍ଯ୍ୟରତ ଜଣେ ବିବାହିତ ଓଏପିଏଫ କନେଷ୍ଟବଳ ଜଣଙ୍କ ୩ସନ୍ତାନର ଜନନୀ ସାଜିଥିବା ଜଣେ ବିବାହିତ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ୨ବର୍ଷ ଧରି ନିଜ ଭଡାଘରେ ରଖି ଶାରରିକ ସମ୍ଭଧ ରଖି ତାର ପିଲାମାନଙ୍କ ପାଖକୁ ଛାଡୁନାହାନ୍ତି।ଏପରିକି ମାନସିକ ଓ ଶାରରିକ ନିର୍ଯ୍ୟାତନା ଦେଉଥିବାର ପିଡିତା ମହିଳା ଜଣଙ୍କ ଶୁକ୍ରବାର ଚନ୍ଦକାଥାନାରେ ପହଁଚି ନ୍ୟାୟ ଭିକ୍ଷା କରୁଥିବାର ଚର୍ଚ୍ଚା ଜୋର ଧରିଥିଲା।ଏହି ଖବର ପାଇ ସ୍ଥାନୀୟ ଖବରଦାତାମାନେ ଥାନାକୁ ଯାଇଥିବାବେଳେ ଆସିଥିବା ମହିଳା ଜଣଙ୍କ ଆଇ ଆଇସିଙ୍କ ରୁମ ରୁ ବହାରି ଆଉ ଏକ ରୁମ୍ ଯାଇ ଆଉ ବାହାରି ନଥିଲେ। ସନ୍ଧ୍ୟା ସମୟରେ ଜୋନ ଏସିପି ରମେଶ ବିଶୋଇ ଥାନାରେ ପହଁଚି ଥିଲେ । ତେବେ ମହିଳା ଜଣଙ୍କ କୌଣସି ଅଭିଯୋଗ କରି ନାହାନ୍ତି ବୋଲି ଥାନା ପକ୍ଷରୁ କୁହାଯାଇଥିବା ବେଳେ ଆମେ ଗୋଟିଏ କେସ କରିବୁ ବୋଲି ଥାନା ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।