Odisha news

ଆଜି ହେଉଛି ଅଶୋକାଷ୍ଟମୀ : ଓଡିଶାର ଦୁଇଟିି ଶୈବ ପୀଠରେ ଅଶୋକାଷ୍ଟମୀ ରଥଯାତ୍ରା ପରମ୍ପରା

0

ନିରାକାରପୁରରୁ ହିମାଂଶୁ ଭୂଷଣ ଚମ୍ପତିରାୟ : ଓଡିଶାର ଦୁଇଟିି ଶୈବ ପୀଠରେ ଅଶୋକାଷ୍ଟମୀ ରଥଯାତ୍ରା ପରମ୍ପରା ବେଶ ପ୍ରାଚୀନ । ସେଦୁଇଟି ହେଲା ଭୂବନେଶ୍ୱରର ଲିଙ୍ଗରାଜଙ୍କ ପୀଠ ଓ ଖୋର୍ଦ୍ଧା ଜିଲା ନିରାକାରପୁର, ଡିଆର ଶ୍ରୀକପିଳେଶ୍ୱର ପୀଠ । ଏକାମ୍ରକ୍ଷେତ୍ରର ପୀଠାଧୀଶ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଅଣଲେଓଟା ହୋଇଥିବା ବେଳେ ଦ୍ୱାଦଶୀ ଦିନ ବାହୁଡା ଯାତ୍ରାରେ ଶ୍ରୀ କପିଳେଶ୍ୱରଙ୍କ ବିଜୟା ରଥକୁ ନିଶାର୍ଦ୍ଧରେ ଗହୀର ବିଲ ଦେଇ ମନ୍ଦିର ପର୍ଯ୍ୟନ୍ତ ଟଣା ଯାଇଥାଏ । ଏହା ଏକ ଅନନ୍ୟ ପରମ୍ପରା । ଉକôଳୀୟ ସଂସ୍କୃତିର ଗୈାରବଜ୍ଜଳ ଅଧ୍ୟାୟକୁ ସୂଚୀତ କରୁଥିବା ଏହି ରଥଟଣା କାର୍ଯ୍ୟ ମଧ୍ୟ ରାତିରେ କାହିଁକି ହୁଏ ତାହା ଏବେବି ଏକ ଅସମାହିତ ପ୍ରଶ୍ନ । ତେବେ କିମ୍ବଦନ୍ତୀ ଓ ଲୋକ କଥାକୁ ଆଧାରକରି ଭିନ୍ନ ଭିନ୍ନମତ ରହିଛି ।


ଏହା ପ୍ରମୁଖ ତନ୍ତ୍ରପୀଠ ହୋଇଥିବାରୁ ରୀତି ନୀତିରେ ଭିନ୍ନତା ପରିଲକ୍ଷିତ ହେବା ସ୍ୱାଭାବିକ । ସାଧାରଣତଃ ତନ୍ତ୍ର ପୂଜାରେ ସମସ୍ତ ବିଧି ଓ ଉପଚାର ରାତିରେ କରାଯାଇଥାଏ । ପୀଠର ମହାନତା ଦୃଷ୍ଟିକୋଣରୁ ନିଶାର୍ଦ୍ଧରେ ରଥଟଣା ହେଉଥିବା କୁହାଯାଉଛି । ସେହିପରି ଏହି ପୀଠରେ ଅନେକ ବୈାଦ୍ଧ ମୃର୍ତ୍ତି ଦେଖିବାକୁ ମିଳୁଥିବାରୁ ଏହାଦିନେ ବୈାଦ୍ଧ ଧର୍ମାବଲମ୍ବୀମାନଙ୍କ ଆସ୍ଥାନ ଥିବା ସୂଚନାମିଳେ । ନିଶାର୍ଦ୍ଧରେ ଗୈାତମ ବୁଦ୍ଧ ଦିବ୍ୟଜ୍ଞାନ ଲାଭକରିଥିଲେ । ସମ୍ରାଟ ଅଶୋକ ପରେ ବୈାଦ୍ଧ ସଂସ୍କୃତିକୁ ଆତ୍ମସାତ କଲା ଶୈବ ସଂସ୍କୃତି । ବୈାଦ୍ଧମାନଙ୍କ ପ୍ରଭାବରେ ରଥଯାତ୍ରା ପରମ୍ପରା ପ୍ରଚଳନ ହୋଇଥିବାରୁ ଶ୍ରୀକପିଳେଶ୍ୱରଙ୍କ ପୀଠରେ ରାତିରଥ ଟଣା ବ୍ୟବସ୍ଥା ଥାଇପାରେ । ଶ୍ରୀ ଜଗନ୍ନାଥ ମନ୍ଦିର ସହ ଏହି ରଥଯାତ୍ରାର ସମ୍ପର୍କ ରହିଛି । ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ରଥଯାତ୍ରା ଉପଲକ୍ଷେ ଶ୍ରୀ ମନ୍ଦିରରୁ ଚନ୍ଦନ କାଠ,ଆଜ୍ଞାମାଳ,ପାଟପତନୀ,ଯାତ୍ରାପାହୁଣା ପଠାଯିବାର ମାଦଳାପାଞ୍ଜି ଉଲ୍ଲିଖିତ ପ୍ରାଚୀନ ପରମ୍ପରା ଏପର୍ଯ୍ୟନ୍ତ ପାଳିତ ହୋଇ ଆସୁଅଛି ।

ଗଜପତି ମହାରାଜାଙ୍କ ଆଦେଶରେ ଏହି ରଥଯାତ୍ରାର ଆଇନ ଶୃଙ୍ଖଳା ରକ୍ଷା କରିଆସନ୍ତି ସ୍ଥାନୀୟ ଗଡଖାରଦ,ଖଜୁରିପଡା ଓ ଗଡରାମେଶ୍ୱରର ଦଳବେହେରାମାନେ । ସମ୍ପ୍ରତି ପ୍ରଶାସନ ତରଫରୁ ଆଇନି ଶୃଙ୍ଖଳା ରକ୍ଷାକରନ୍ତି ସ୍ୱତନ୍ତ୍ର ପୁଲିସ ଫୋର୍ସ । ପାରମ୍ପରିକ ରୀତିରେ ମନ୍ଦିର ପରିଚାଳନା ପକ୍ଷରୁ ନିମନ୍ତ୍ରଣ ପାଇବାପରେ ନିକଟସ୍ଥ ମଧୁବନ ଗ୍ରାମର ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ଚୈତ୍ର ଶୁକ୍ଲପକ୍ଷ ଅଶୋକା ଅଷ୍ଟମୀ ଦିନ କପିଳେଶ୍ୱରଦେବ,ଆରେଡି ଗ୍ରାମର ଗ୍ରାମେଶ୍ୱର ଦେବଙ୍କ ସହିତ ଗୁଣ୍ଡିଚା ମନ୍ଦିର(ରାଧାକାନ୍ତ)କୁ ଯାତ୍ରା କରନ୍ତି । ଦଶମୀ ରାତିରେ ଶକ୍ତିସ୍ୱରୁପିଣୀ ମାନାରାୟଣୀ,ମହାଲକ୍ଷ୍ମୀ,ମହାକାଳୀ ଆସି ମିଳିତ ହୁଅନ୍ତି । ଡିଆ ରାଧାକାନ୍ତ ମନ୍ଦିରରେ ଏହି ମହାମିଳନ ବୈଷ୍ଣବ ଶୈବ ଶାକ୍ତତତ୍ୱର ଏକ ମହାମିଳନ ହୁଏ । ଚାରିଦିନ ପରେ ଆସେ ବହୁ ପ୍ରତିକ୍ଷିତ ଦ୍ୱାଦଶୀ ରାତି । ବିରାଟ ପଟୁଆର ମଧ୍ୟରେ ଠାକୁରମାନେ ଭୋଗ ସାରନ୍ତି । ଗ୍ରାମଦାଣ୍ଡ ହୁଏ ଲୋକାରଣ୍ୟ । ପଟୁଆର ପଣାକିଆରିରେ ପହଞ୍ଚିବା ପରେ ଜୀଉମାନେ ରଥାରୂଢ ହୁଅନ୍ତି । ପରେ ଗହୀର ବିଲ ମଧ୍ୟରେ ବିଳମ୍ବିତ ରାତିରେ ଆରମ୍ଭ ହୁଏ ରଥ ଟଣା । ଏହା ଅନନ୍ୟ ପରମ୍ପରା । ଯାହ ଆଉ କେଉଁଠି ଦେଖାଯାଏନି । ଶେଷ ପ୍ରହରରେ ରଥ ପହଞ୍ଚେ ଭେଟବାଲିରେ ।

ମାନାରାୟଣୀ ବିମାନ (ଚଉଦୋଳ)ଯୋଗେ ଆସି ସେଠାରେଭେଟ ହୁଅନ୍ତି । ସେହି ସମୟରେ ପ୍ରଭୁଙ୍କ ଦାରୁଭୋଗ କରାଯାଇଥାଏ । ପ୍ରଶିଦ୍ଧ ଚମ୍ପା ବାଣର ଗର୍ଜନ ସହ ଅନ୍ୟାନ ରଙ୍ଗିନ ଆତସବାଜିର ବର୍ଣ୍ଣୀଳ ସମାରୋହ ସୂର୍ଯ୍ୟଉଦୟ ଉପଭୋଗ କରନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏସମ୍ପର୍କରେ ଶୁଣାଯାଏ ଯେ ବୁଦ୍ଧଦେବ ରାତିରେ ସନ୍ୟାସ ଗ୍ରହଣ କରିଥିଲେ । ବୈାଦ୍ଧ ଧର୍ମରେ ତନ୍ତ୍ରର ପ୍ରବେଶ ଓ ଅଷ୍ଟମ ଶତାଦ୍ଦୀରେ ଶଙ୍କରାଚାର୍ଯ୍ୟଙ୍କ ଆର୍ବିଭାବପରେ ଏଠାରୁ ବୈାଦ୍ଧ ଧର୍ମ କ୍ରମସ ସଂଙ୍କୁଚିତ ହେଲା ଏବଂ ସନାତନ ଓ ବୈାଦ୍ଧ ଧର୍ମର ମିଳନ ହେବା ଫଳରେ ଉଭୟଙ୍କ ଭାବନାକୁ ସମ୍ମାନ ଜଣାଇ ରାତିରେ ରଥ ଟଣା କାର୍ଯ୍ୟ କରାଯାଉଛି । ଗବେଷକ ଡଃ ସଂଜୟ ମହାପାତ୍ର ଏହା ଏକ ପ୍ରମୁଖ ତନ୍ତ୍ର ପୀଠ । ସାଧାରଣତଃ ତନ୍ତ୍ର ପୂଜାର ସମସ୍ତ ବିଧି ଉପଚାର ରାତିରେ ସମୟରେ କରାଯାଉଥିଲା । ଶାକ୍ତ ଓ ତନ୍ତ୍ରର ମିଳନରୁଏହି ରଥ ଟଣା କାର୍ଯ୍ୟ ରାତିରେ କରାଯାଉଛି ବୋଲି କୁହନ୍ତି । ଖୋର୍ଦ୍ଧା ଜିଲା ନିରାକାରପୁର ଗ୍ରା.ପ ଡିଆ ଗ୍ରାମସ୍ଥିତ ଶ୍ରୀ କପିଳେଶ୍ୱରଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା ଅନ୍ୟରଥ ଯାତ୍ରା ଠାରୁ ଅନନ୍ୟ । ନିରାକାରପୁର ରେଳ ଷ୍ଟେସନ ଠାରୁ ଦକ୍ଷିଣକୁ ୨ କି.ମି ଦୂର ଓ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକରୁ ମାତ୍ର ୬କି.ମି ଦୂରେ ଏକ ଆମ୍ରକାନନ ଓ ପଞ୍ଚଶ୍ମଶାନ ପରିବେଷ୍ଟିତ ଇଲାକାରେ ଏହି ପ୍ରଚୀନ ଶୈବପୀଠଟି ରହିଛି ।

Leave A Reply