Odisha news

ଆନ୍ତ ରାଜ୍ୟ ମୋଟର ସାଇକଲ ଚୋରୀ ରାକେଟ ଠାବ : ୨୧ ମୋଟର ସାଇକଲ ଜବତ ସହ ୯ ଅଭିଯୁକ୍ତ ଗିରଫ

0

ଆସିକା : ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର  ବିଭିନ୍ନ ସ୍ଥାନ ରେ ମୋଟର ସାଇକଲ ଚୋରୀ କରୁଥିବା ଏକ ରାକେଟ କୁ ଆସିକା ପୋଲିସ ଠାବ କରିଛି। ପୋଲିସ ୯ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୧ ଟି ଚୋରୀ ଯାଇଥିବା ମୋଟର ସାଇକଲ ଜବତ କରିଛି।ଏହି ରାକେଟ ରେ ଥିବା ତିନି ବାଇକ୍  ଲୁଟେରା ବାଇକ୍ ଚୋରୀ କରିବା ପରେ ଚାରିଟି ଗ୍ୟାରେଜ ରେ ଏହାକୁ ପାର୍ଟ  ପାର୍ଟ କରିବା ସହ ଇଞ୍ଜିନ ଖୋଲି ବିକ୍ରି କରୁଥିବା ପୋଲିସ ସୂଚନା ଦେଇଛି। ଶନିବାର ଦିନ ଆସିକା ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ  ଟ୍ରେନିଂ ନେଉଥିବା ଆଇ ପି ଏସ ଅଧିକାରୀ ରାଘବେନ୍ଦ୍ର ଗୁଣ୍ଡାଲା,ଏସ ଡି ପି ଓ ସୁର୍ଯ୍ୟମଣି ପ୍ରଧାନ ,ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଏହି ରାକେଟ ସଂପର୍କରେ ବିଶଦ ସୂଚନା ଦେଇଥିଲେ। ଆସିକା ଥାନା ଅଧିକାରୀ ଶ୍ରୀ ସାହୁ ଙ୍କ ନେତୃତ୍ଵ ରେ ଥାନା ଇଲାକାରେ ୧୪ ତାରିଖ ଦିନ ଏକ ମୋଟସାଇକେଲ ଚୋରୀ ଘଟଣା ର ତଦନ୍ତ କରୁଥିବା ବେଳେ ଏହି ରାକେଟ ର ସନ୍ଧାନ ପାଇଥିଲେ।

ଆସିକା ଥାନା ଅନ୍ତର୍ଗତ ବରଗାଁ ର ଅଶ୍ଵିନୀ ନାହାକ, ପ୍ରଶାନ୍ତ ବେହେରା ଓ ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ର କାଳୀ ପ୍ରସାଦ ବେହେରା  ଚୋରୀରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରିଥିଲେ। ଚୋରୀ ମୋଟସାଇକେଲ ସବୁକୁ  ପାର୍ଟ  ପାର୍ଟ କରିବା ସହ ଇଞ୍ଜିନ ଖୋଲିବା ରେ ସହଯୋଗ କରୁଥିବା ଗ୍ୟାରେଜ ମାଲିକ ତଥା ମେକାନିକ ମାଗୁରା ପଲ୍ଲୀ ଗ୍ରାମ ର ବ୍ରଜରାଜ ବେହେରା, ମଙ୍ଗଳପୁର ର ମନୋଜ ପ୍ରଧାନ,କରତାଳି ଗ୍ରାମ ର ଲୋକେଶ ଜେନା,ଆର୍. ଦାମୋଦର ପଲ୍ଲୀର  ବି. ସୁନିଲ ରେଡି ଙ୍କୁ ପୋଲିସ ଗିରଫ କରିଥିଲା।ସେହିଭଳି ଚୋରୀ ମୋଟସାଇକେଲ ରଖିଥିବା ଅଭିଯୋଗରେ ନବରତ୍ନ ପୁର ଗ୍ରାମ ର ସନ୍ୟାସୀ ଗୌଡ, ଗଜପତି ଜିଲ୍ଲା ରାମଗିରି ର ପିଣ୍ଟୁ କାର୍ଜୀ  ଙ୍କୁ ମିଶାଇ ମୋଟ ୯ ଜଣ ଙ୍କୁ ଗିରଫ କରିଥିଲେ।ସେହିଭଳି ବିଭିନ୍ନ ଥାନା ଇଲାକା ରୁ ଚୋରୀ ହୋଇଥିବା ୨୧ ଟି ମଟର ସାଇକଲ କୁ ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରାଯାଇଥିବାଏସ ଡି ପି ଓ ସୁର୍ଯ୍ୟମଣି ପ୍ରଧାନ ପ୍ରକାଶ କରିଛନ୍ତି। ଗିରଫ ସମସ୍ତ ଙ୍କୁ ଆସିକା ଥାନା ର ତିନି ମାମଲା କେସ ନମ୍ବର ୧୧,୧୨,୨୨/୨୦୨୧ ରେ କୋର୍ଟ ଚାଲାଣ କରାଯାଇଛି।

Leave A Reply