Odisha news

ବଣିଆପଶି ଗ୍ରାମର ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ସୁପର ଓଭର ରେ ବାପୁଜୀ ସ୍ପୋଟ୍ରିଙ୍ଗ୍ କ୍ଲବ ହାତୀବାରୀ କୁ ହରାଇ ବଳରାମ ଷ୍ଟାର ଇଲେଭେନ୍, ତରୁଆଁ ବିଜୟୀ

0

ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ତରୁଆଁ ପଞ୍ଚାୟତ ର ବଣିଆପଶି ଗ୍ରାମର ସପ୍ତମ ବାର୍ଷିକ   ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି।   ଜିଲ୍ଲା ସ୍ତରୀୟ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ରେ  ୮ଟି ଦଳ  କୁ ନେଇ ଖେଳ ଆରମ୍ଭ ହୋଇଥିବା ବେଳେ  ଫାଇନାଲରେ ଯାଜପୁର ଜିଲ୍ଲାର ବାପୁଜୀ ସ୍ପୋଟ୍ରିଙ୍ଗ୍ କ୍ଲବ, ହାତୀବାରୀ ଓ କେନ୍ଦୁଝର ଜିଲ୍ଲା ର ବଳରାମ ଷ୍ଟାର ଇଲେଭେନ୍, ତରୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ବହୁତ ସଂଘର୍ଷପୁର୍ଣ୍ଣ  ମ୍ୟାଚ ହୋଇଥିଲା ।ପ୍ରଥମେ ବ୍ୟାଟିଂ କରି ହାତିବାରୀ  ନିର୍ଦ୍ଧାରିତ ୨୦ ଓଭର ରେ  ୯ ୱିକେଟ ହରାଇ ୧୯୨ ରନ୍ କରିଥିଲେ। ଜବାବରେ ତରୁଆଁ ସମସ୍ତ ୱିକେଟ ହରାଇ ୧୯୨ ରନ୍  ସଂଗ୍ରହ କରି ମ୍ୟାଚ କୁ ଟ୍ରାଇ କରିଥିଲେ ।

ଏହାପରେ  ସୁପର ଓଭର ରେ ପ୍ରଥମେ ବ୍ୟାଟିଂ କରି ତରୁଆଁ ୧୬ କରିଥିଲା ବେଳେ ଏହାର ଜବାବରେ ହାତିବାରୀ ୧୧ ରନ୍ ସଂଗ୍ରହ କରି ଖେଳରେ  ପରାସ୍ତ ହୋଇଥିଲା।  ପୁରସ୍କାର ବିତରଣୀ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ସମ୍ମାନୀତ ଅତିଥି ଭାବେ ଯୁବନେତା ଦେବାଶିଷ ପାତ୍ର,  ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ, ତରୁଆଁ ସରପଞ୍ଚ ବଳରାମ ବେହେରା, ବିଜେଡ଼ି ନେତା ପରେଶ୍ କୁଅଁର, ପୂର୍ବତନ ସରପଂଚ ମଦନମୋହନ ନାୟକ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରାଜେନ୍ଦ୍ର ରାଉତ,ଯୋଗଦେଇ ଚାମ୍ପିଅନ ଓ ରନର୍ସ  ଅଫ୍ ଦଳକୁ ପୁରସ୍କୃତ କରିଥିଲେ।

ମ୍ୟାନ ଅଫ୍ ଦ ମ୍ୟାଚ୍  ତରୁଆଁ ଏକାଦଶ ର ପ୍ରଦିପ କୁମାର ରାଉତ,  ମ୍ୟାନ ଅଫ୍ ଦ ସିରିଜ୍ ହାତୀବାରି ଏକାଦଶର   ନିଳମଣୀ ନଟିଆ  ହୋଇଥିଲେ ।  ପ୍ରାଣନାଥ ଜେନା, କଳାକାର ଘଡେ଼ଇ ମ୍ୟାଚ ପରିଚାଳନା କରିଥିଲେ। ସୁଶାନ୍ତ ବେହେରା, ଲକ୍ଷ୍ମୀଧର ଭଞ୍ଜ ଧାରାବିବରଣୀ ଦେଇଥିଲେ। ଦେବୀପ୍ରସନ୍ନ ଜେନା, ସୁଶାନ୍ତ ସାହୁ ସ୍କୋରର ଥିଲେ। ବଣିଆପଶି ଗ୍ରାମର ମା ମଙ୍ଗଳା କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ  ଖେଳ କୁ ପରିଚାଳନା ରେ  ସହଯୋଗ କରିଥିଲେ

Leave A Reply