Odisha news

ଆସିକା ବିଜେପିର କୃଷକ ସମ୍ମିଳନୀ ଅନୁଷ୍ଠିତ

0
ଆସିକା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ଆସିକା ନିକଟସ୍ଥ ମକୁନ୍ଦପୁର ସପ୍ନେଶର ମନ୍ଦିର ପରିସରରେ ବିଜେପି ପକ୍ଷରୁ ମଂଗଳବାର ଏକ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କୃଷକ ସମ୍ମିଳନୀରେ ଗଂଜାମ, ଗଜପତି ଓ କନ୍ଧମାଳ ର ବହୁ ନେତା ମାନେ ଯୋଗ ଦେଇଛନ୍ତି ।
କୃଷକକଂ ଧାନ ମଣ୍ଡି ସମସ୍ୟା ଏବଂ କେନ୍ଦ୍ର ସରକାର କଂ ନୂତନ କୃଷି ଆଇନ ବିଷୟରେ ଚାଷୀ ମାନଙ୍କୁ ସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ପୂବର୍ତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବିଜେପି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁଗୁଣାକର ରାଓ,ପୂବର୍ତନ ସାଂସଦ ଖାରବେଳ ସ୍ବାଇଁ,ଓ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।
Nalco
Leave A Reply