କବିସୂର୍ଯ୍ୟନଗର : (ସୁଶାନ୍ତ ପଟ୍ଟନାୟକ) : ବହୁ ଚର୍ଚ୍ଚିତ ନୟାଗଡ ” ପରି “ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ତାତି ଲାଗି ରହିଥିବା ବେଳେ ବିଜେପି ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ବିଭିନ୍ନ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା କରାଯାଉଛି। ମଂଗଳବାର କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ପରୀ ହତ୍ଯାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବୀ କରି ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। କବିସୂର୍ଯ୍ୟନଗର ବିଜେପି ବିଧାୟକ ପାର୍ଥି ରଞ୍ଜନ ପଲେଇ ଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଙ୍କୁ ନେଇ କବିସୂର୍ଯ୍ୟନଗର ସହରରେ ଏହି ପଦଯାତ୍ରା କରାଯାଇଥିଲା। ସ୍ଥାନୀୟ ଆଇ ବି ଛକ ରେ କବିସୂର୍ଯ୍ୟ ବଳଦେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା ବାହାରି ସହର ପରିକ୍ରମା କରି ବିଦ୍ୟୁତ ଅଫିସ ଯାଏ ପରିକ୍ରମା କରିଥିଲେ। ଏହି ପଦଯାତ୍ରା ରେ ଦୁର୍ଯ୍ୟୋଧନ ଖଣ୍ଡୁଆଳ, ଅଶୋକ ସାହୁ, ହରିହର ପଣ୍ଡା, ପୀତବାସ ପଣ୍ଡା, ରମାକାନ୍ତ ଦୋରା ଙ୍କ ସମେତ ୯ ଗୋଟି ମଣ୍ଡଳ ସଭାପତି ଓ ବହୁ ବିଜେପି କର୍ମକର୍ତା ଯୋଗ ଦେଇଥିଲେ।