ଆସିକା : ଆସିକା ବ୍ଲକ ଓ ଏନ ଏ ସି ଇଲାକାରେ କରୋନା ଭୟା ବହତା କମି ଥିଲେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ପୁଣି ବୃଦ୍ଧିପାଇବା ଚିନ୍ତାର କାରଣ ହୋଇଛି। ଆସିକା ରେ ଆକ୍ରାନ୍ତ ଙ୍କ ସଂଖ୍ୟା ଆଜି ସୁଦ୍ଧା ୧୦୦୦ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି। ଆସିକା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ର ଶାଖା ପରିଚାଳକ ଙ୍କ ସମେତ ୪ଜଣ ଆକ୍ରାନ୍ତ ଚିହ୍ନଟ ହେବ ପରେ ଶାଖା କୁ ବନ୍ଦ କରିବା ସହ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଶାଖା ର ଉଭୟ ପାର୍ଶ୍ୱ ମୁଖ୍ୟ ରାସ୍ତା କୁ ମଧ୍ୟ ଶନିବାର ରେ ଅବରୋଧ କରାଯାଇଛି। ଆସିକା ଏନ ଏ ସି ରେ ଆଜି ସୁଦ୍ଧା କରୋନା ରେ ୧୨ଜଣଙ୍କ ଏବଂ ବ୍ଲକ ରେ୧୩ଜଣ ମୋଟ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ଆସିକା ରୁ ପ୍ରଥମ କରୋନା ଆକ୍ରାନ୍ତ ମେ ଛଅ ତାରିଖ ରେ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇ ଆଜି ୧ହଜ଼ାର ପାର ହୋଇଛି।
ବ୍ଲକ ଅଂଚଳ ରେ ୫୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୧୦ଟି ଆକ୍ଟିଭ କେସ ରହିଛି। ୧୦୯ ଟି ଗ୍ରାମ ମଧ୍ୟରୁ ୪ଟି ଗ୍ରାମ କୁ ରେଡ଼ ଜୋନ ଘୋଷଣା କରାଯାଇଛି ,୧୦୪ଟି ଗ୍ରାମ ଗ୍ରୀନ ଜୋନ ରେ ଅଛି। ଏନ ଏ ସି ରେ ୪୨୨ ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ଏବେ ୮ଟି ଆକ୍ଟିଭ କେସ ଅଛି। ୧୮ ଟି ୱାର୍ଡ ରୁ ୬ଟି ରେଡ଼ ଜୋନ ରେ ଏବଂ ୧୨ ଟି ଗ୍ରୀନ ଜୋନ ରେ ରହିଛି। ଆଜି ସୁଦ୍ଧା ବ୍ଲକ ରେ ୧୩୩୧୮ ଜଣଙ୍କ ଏନ ଏ ସି ରେ ୬୬୧୧ଜଣଙ୍କ ସ୍ୱାବ ପରକ୍ଷା କରାଯାଇଛି।ଗତ କାଲି ଆସିକା ଥାନା ରେ ଯୋଗ ଦେବା ପାଇଁ ଆସିଥିବା ଗୋଟାଏ ପ୍ଲାଟୁନ ର ୨୪ ଜଣ ଓଏସ ଏ ଏପି ଯବାନଙ୍କ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା।
ଏବଂ ସେମାନଙ୍କ ମଧ୍ୟରୁ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆସିକା ବ୍ଲକ ଏବଂ ଏନ ଏ ସି ରେ ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦୈନିକ ୪ଶହ ରୁ ଉର୍ଦ୍ଧ ଲୋକଙ୍କ ପରୀକ୍ଷା କରାଯାଉଥିଲା। ତାହା ଏବେ ହ୍ରାସ ପାଇଛି। ଆସିକା ର ସମସ୍ତ ଦୋକାନ ବଜ଼ାର ବ୍ୟଙ୍କ ଖୋଲିଛି। ଭିନ୍ନ ଭିନ୍ନ କାମ ନେଇ ହଜ଼ାର ହଜ଼ାର ଲୋକ ଆସିକା ଓ ଏହାର ପାଖ ବ୍ଲକ ରୁ ଏଠାକୁ ଆସୁଛନ୍ତି। ବସ ସେବା ଆରମ୍ଭ ହେବ ପରେ ଅନ୍ୟ ଜିଲ୍ଲା ଓ ଅନ୍ୟ ରାଜ୍ୟ ରୁ ଲୋକ ମଧ ଆସିକା ବସ ଷ୍ଟାଣ୍ଡ କୁ ଆସୁଛନ୍ତି ଓ ଏଠାରୁ ଅନ୍ୟ ଅଞ୍ଚଳ କୁ ଯାଉଛନ୍ତି। ଏଭଳି ସ୍ଥିତି ରେ କରୋନା ପରୀକ୍ଷା ପୂର୍ବ ଭଳି ବୃଦ୍ଧି କରିବା ସହ ସଚେତନତା କାର୍ଯ୍ୟ ଜାରି ରଖିବା ମତ ପ୍ରକାଶ ପାଇଛି।